ଟ୍ରାକ୍ଟ ରେ ଚାପି,ପରେ ଗାମୁଛା ରେତଣ୍ଟି ଭିଡି ହତ୍ୟା,୧୩ ଦିନ ପରେ ସୁମନ୍ତର ହତ୍ୟାକାରୀ ଗିରଫ

ବୌଦ୍ଧ,୧୬ା୦୨(ସଜ୍ଜନ କୁମାର ଅଗ୍ରୱାଲା): ଗତ ୨ ତାରିଖ ରୁ ନିଖୋଜ ଥିବା କଣ୍ଟାମାଳ ଥାନା ମହୀବିଲା ଗ୍ରାମର ସୁମନ୍ତ ମାହାର(୧୨) ଆଠ ତାରିଖ ଗୁରୁବାର ଦିନ ମହିବିଲା ଗ୍ରାମର ପାଣିଟୋଲା ଜଙ୍ଗଲ ର ଏକ ପଥର କୋରଡ ରେ ଗଳିତ ଶବ ପାଇବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଏବଂ ଏହା ହତ୍ୟା ନା ଦୁର୍ଘଟଣା ନା ଅନ୍ୟ କୋଣସି କାରଣ ଏହାକୁ ନେଇ ବିଭିନ୍ନ ମହଲରୁ ନାନ ଗୁଜବ ମାନ ଶୁଣିବାକୁ ମିଳୁଥିବା ବେଳେ କଣ୍ଟାମାଳ ପୋଲିସ ଚାପ ରେ ରହି ସସପେନସ ଲାଗିରହିଥିଲା । କଣ୍ଟାମାଳ ପୋଲିସ ଏବଂ ବୈାଦ୍ଧ ଏସଡିପିଓ ମଧ୍ୟ ଏହାର ସତ୍ୟ ଜାଣିବା ପାଇ ଏବଂ ପ୍ରକୃତ ରହସ୍ୟ ଜାଣିବା ପାଇଁ ଦିନରାତି ଏକ କରିଦେଇଥିବାବେଳେ ଆଜି ଘଟଣା ର ୧୩ ଦିନ ପରେ ଏହାର ସତ୍ୟତା ର ଖୁଲାଶା ହୋଇଛି । କଣ୍ଟାମାଳ ପୋଲିସ ପକ୍ଷରୁଦିଆଯାଇଥିବା ଏକ ପ୍ରେସ ମିଟ ଜରିଆରେ ଜଣାଯାଇଛି ଯେ, ଘଟଣା ଦିନ ଅର୍ଥାତ ୨ ତାରିଖ ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟ ରେ ସୁମନ୍ତ ଜଙ୍ଗଲ ଆଡୁ ଗାଁ ଆଡକୁ ଆସୁଥିବାବେଳେ ଅପରପାର୍ଶରୁ ଦ୍ରୁତ ଗତି ରେ ଆସୁଥିବା ଟ୍ରାକ୍ଟର ରେ ଧକ୍କାହୋଇଥିଲା । ଏବଂ ଉକ୍ତ ଟ୍ରାକ୍ଟର ଡ୍ରାଇଭର ନିଜକୁ ଦୋଷ ମୁକ୍ତ କରିବା ପାଇଁ ମୁମୂର୍ଶ ଅବସ୍ଥା ରେ ଥିବା ସୁମନ୍ତ କୁ ଆସାମୀ ତାର ନିଜ ଗାମୁଛା ରେ ତଣ୍ଟିକୁ ଭିଡିଦେଇଥିଲା ।ଫଳ ରେ ତାର ପ୍ରାଣ ଚାଲିଯାଇଥିଲା ।ଏବଂ ତାକୁ ପାଖ ଜଙ୍ଗଲ ରେ ଲୁଚାଇ ଦେଇଥିଲା ।ଘଟଣା ଘଟାଇ ସାରିବା ପରେ ଟ୍ରାକ୍ଟର ଖରାପ ଥିବା କହି ନିଜ ଗ୍ରାମ ଶ୍ରୀମାଲ କୁପଳାଇ ଆସିଥିଲା । ଏପଟେ ଉକ୍ତ ଘଟଣା ପୋଲିସ ପାଇଁ ଚାଲେଞ୍ ସଦୃଶ ଥିବା ବେଳେ ସ୍ଥାନୀୟ ଜନସାଧାରଣ ଦୋଷୀ କୁ ଶିଘ୍ର ଧରିବା ଏବଂ ପରିବାର କୁ କ୍ଷତିପୂରଣ ଦାବୀ ଏନେଇ ରାସ୍ତା ରୋକ ମଧ୍ୟ କରିଥିଲେ । ଏବଂ ଶେଷରେ ଏସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ହତ୍ୟା ଆସାମୀ କୁ ଧରିବାକୁ ସମର୍ଥ ହୋଇପାରିଛି । ଉକ୍ତ ଘଟଣା ର ମୂଖ୍ୟ ଆସାମୀ କଣ୍ଟାମାଳ ଥାନା ଶ୍ରୀମାଲ ଗ୍ରାମର ଗଦୀଶ ରଣା(୨୦) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ କହିଛି । ଏବଂ ହତ୍ୟାକାଣ୍ଡ ରେ ବ୍ୟବହୃତ ଟ୍ରାକ୍ଟର ଓଡି.୧୭.ବି.୮୭୫୭ କୁ ଜବତ କରିଥିବାବେଳେ ପୁର୍ବରୁ ୦୩.୦୨.୧୮ ରିଖ ରେ କଣ୍ଟାମାଳ ଥାନା କେସ ନଂ ୨୨/୨୦୧୮ରେ ହୋଇଥିବା ଦଫା ୩୬୩ ଆଇପିସି ଟର୍ଣ ହୋଇ ୩୬୩/୩୦୨/୨୦୧ ହୋଇଥିବା ପ୍ରେସ ରିଲିଜ ମାଧ୍ୟମ ରେ ବୈାଦ୍ଧ ଏସଡିପିଓ ଏସ.ଟିଗା କହିଛନ୍ତି ।ଏବଂଏହାର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ତଦନ୍ତ ଜାରି ରହିଥିବା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟ ରେ କଣ୍ଟାମାଳ ଆଇ.ଆଇ.ସି ନରେଶ ପ୍ରଧାନ,ସବ-ଇନସସ୍ପେକ୍ଟର ବିଜୟ କୁମାର ବାରୀକ,ଏ.ଏସ.ଆଇ. ଶୁଶିଳ କୁମାର ପଟ୍ଟନାୟକ, ଏବଂ ଅନ୍ୟ ଷ୍ଟାପ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *