ଟ୍ରାକ୍ଟର ବାଇକ ଧକ୍କା, ଦୁଇ ଆହତ

ହାଟଡ଼ିହି, ୨୯/୮ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସୁଲଣ ପଞ୍ଚୁଗୋଛିଆ ରାସ୍ତାରେ ଟ୍ରାକ୍ଟର ବାଇକ ଧକ୍କାରେ ଦୁଇଜଣ ଆହତ ହୋଇଥିବାବେଳେ ବାଇକଟି ଭାଙ୍ଗିରୁଜି ଯାଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ଯେ ଯଶୋବନ୍ତପୁର ଗ୍ରାମର ପ୍ରଫୁଲ ସାହୁ ଓ ଅଡହୁରିଆ ଗ୍ରାମର ପୁର୍ଣ୍ଣଚନ୍ଦ୍ର ନାୟକ ଏକ ବାଇକ ଯୋଗେ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରାକ୍ଟର ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଆରୋହୀ ଦୁଇଜଣ ଆହତ ହୋଇଥିଲେ। ବାଇକଟି ଟ୍ରାକ୍ଟର ଚକାତଳେ ଚାପି ହୋଇ ରହିଯାଇଥିଲା। ଆହତ ଦୁଇଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ପରେ ଏକ ଜେସିବି ମେସିନି ଦ୍ୱାରା ବାଇକଟିକୁ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *