ଓଡ଼ିଶା

ଟ୍ରାକ୍ଟର ପିଟିଲା କାରକୁ ଅଳ୍ପେକ ବର୍ତିଲେ ବାପ ଓ ଝିଅ

ହରିଚନ୍ଦନପୁର, ତା୧୩.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ନରଣପୁର ଠାରୁ ବ୍ରାହ୍ମଣୀପାଳ ରାସ୍ତାର ମନୋହରପୁର ବାଇପାସ ରାସ୍ତାରେ ଟ୍ରାକ୍ଟର ପିଟିଲା ମାରୁତି ସିଆଜ କାରକୁ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି। ଘଟଣାରୁ ଜଣାପଡିଛି ଯେ ମାରୁତି ସିଆଜ ଜେଏଚ୍ ୦୫ ବିବି ୭୯୮୮ ନମ୍ବର ଗାଡିଟି ଟାଟାରୁ କେନ୍ଦୁଝର ଦେଇ କଟକ ଯାଉଥିଲା ଓ ଟ୍ରାକ୍ଟରଟି କଟକ ଗୋପାଳପୁର ସୋରୁମରୁ କେନ୍ଦୁଝର ମଣ୍ଡୁଆର ବ୍ଳୁ ଡାଇମଣ୍ଡ ସୋରୁମକୁ ଯାଉଥିଲା। ଯିବା ସମୟରେ ମନୋହରପୁର ବାଇପାସ ଛକ ନିକଟରେ ଟ୍ରାକ୍ଟରଟି ପିଟି ଦୁର୍ଘଟଣା ଘଟାଇଥିଲା। ଟାଟା ପ୍ଲାଣ୍ଟରେ କାର୍ଯ୍ୟାକରୁଥିବା ବିମଲ କୁମାର ତ୍ରିପାଠୀ ନିଜ ଝିଅକୁ ନିଜ କାରରେ ଡ୍ରାଇଭ କରି କଟକ ସିଡିଏ ବାସଭବନକୁ ଛାଡିବାକୁ ଯାଉଥିଲେ। ଦୁର୍ଘଟଣା ଘଟିବା ପରେ ନିକଟରେ ଥିବା ଯୁବକ ମାନେ ବିମଲ ଓ ତାଙ୍କ ଝିଅ କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ଏହି ବାଇପାସ ରାସ୍ତାଟିର ଅବସ୍ଥା ବହୁତ ଖରାପ ହୋଇ ଅନେକ ଯାଗାରେ ଦବି ଯାଇଥିବାକୁ ନେଇ ଏମିତି ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନାହିଁ। ବାଇପାସ ରାସ୍ତାଟିର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଫଳରେ ବାରମ୍ବାର ଏହିଭଳି ଦୁର୍ଘଟଣା ମାନ ଘଟୁଥିବାକୁ ନେଇ ଏହି ଘଟଣାପରେ ମନୋହରପୁର ଗ୍ରାମର ଶତାଧିକ ଲୋକ ଉତ୍ୟକ୍ତ ହୋଇ ମନୋହରପୁର ବାଇପାସ ଛକ ନିକଟରେ ରାସ୍ତାରୋକ କରିଥିଲେ।ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ଓ ପୃର୍ତ୍ତ ବିଭାଗର ତରଫରୁ ସରୋଜ କୁମାର ପ୍ରଧାନ ପହଞ୍ଚିଥିଲେ। ଓ ଆଗାମୀ ୧୦ ଦିନ ମଧ୍ୟରେ ମନୋହରପୁର ଠାରୁ ହରିଚନ୍ଦନପୁର ବାଇପାସ୍ କାମ ଆରମ୍ଭ କରାଯିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପୃର୍ତ୍ତ ବିଭାଗର ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହାର କରିଥିଲେ ଓ ଆଗାମୀ ୧୦ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ କରାନଗଲେ ପୁଣି ଥରେ ରାସ୍ତା ରୋକ କରାଯିବାର ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top