ଟ୍ରାକ୍ଟର ଧକ୍କାରେ ଜଣକର ମୃତ୍ୟୁ

କୋରାପୁଟ ; ତା୧୪-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ସଦର ମହକୁମାରେ ବୁଧବାର ରାତିରେ ଟ୍ରାକ୍ଟର ଧକ୍କାରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ସ୍ଥାନୀୟ ଧୋବା ସାହିର ଡି.ଭାସ୍କର(୬୦) ବୋଲି ଜଣା ପଡିଛି। ତେବେ ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ବହୁ ସମୟ ଧରି ନାରାୟଣପାଟଣା ମୁଖ୍ୟ ରାସ୍ତାରେ ଶବ ରଖି ରାସ୍ତା ଅବରୋଦ୍ଧ କରିଥିଲେ। ପୋଲିସ ପହଂଚି ଲୋକଙ୍କ ସହ ଆଲୋଚନା କରି ଟ୍ରାକ୍ଟର ମାଲିକଙ୍କ ଦ୍ୱାରା ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଦ୍ଧ ହଟି ଥିଲା। ସୂଚନା ଅନୁଯାୟୀ, ମୃତ ଭାସ୍କର ଗତ ରାତିରେ ବଜାରରୁ ଘରକୁ ଯାଉଥିବାବେଳେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କବର ପ୍ରଚାର ହେବା ମାତ୍ରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି କ୍ଷତି ପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଦ୍ଧ କରିଥିଲେ। ନାରାୟଣପାଟଣା ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଟ୍ରାକ୍ଟର ମାଲିକ ଶିଶି ଭୂଷଣ ସେନାପତିଙ୍କ ଠାରୁ ମୃତକ ପରିବାରକୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଦ୍ଧ ହଟିଥିଲା। ଆଜି ସକାଳୁ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା।

Leave a Reply

Your email address will not be published. Required fields are marked *