Home ଓଡ଼ିଶା ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

450

କୋରାପୁଟ ;ତା୧୪-୦୩-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା କାକିରିଗୁମ୍ମା ଥାନା ଦାମନଯୋଡି ରାସ୍ତାର ସାନ ନେରେଗା ଛକରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକ ଲକ୍ଷ୍ମୀପୁର ବ୍ଲକ ଚାରାଡା ପଂଚାୟତ କାପସିଗୁଡା ଗ୍ରାମର ନିରଂଜନ ମୁଦୁଲି(୩୪) ବୋଲି ଜଣା ପଡିଛି। ତେବେ ଆହତଙ୍କ ମଧରେ ଜଣେ ମହିଳା ଓ ଦୁଇଜଣ ଶିଶୁ ଶ୍ରମିକ ରହିଥିବା ଜଣା ପଡିଛି। ସୂଚନା ଅନୁଯାୟୀ, ନିର୍ମଳ ଖରାଙ୍କ ଟ୍ରାକ୍ଟର ଚାରଡା ଗ୍ରାମରୁ ଇଟା ନେଇ କାକିରିଗୁମ୍ମା ଯାଉଥିଲା। ସାନ ନେରେକା ଛକର ଏକ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଟ୍ରଲି ଓଲଟି ପଡିବାରୁ ଟ୍ରଲି ତଳେ ଚାପି ହୋଇ ନିରଂଜନର ମୃତ୍ୟୁ ହୋଇଥିବା ଜଣା ପଡିଛି। ଆହତ ଭଗବାନ ଭୋଇ(୧୨), ଦୁର୍ଯ୍ୟୋଧନ ମୁଦୁଲି(୧୫), ମକର ମୁଦୁଲି(୨୦) ଓ ପଦ୍ମିନୀ ଦାମି(୨୫)ଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.