ଅନୁଗୁଳ

ଟ୍ରଲର ଧକ୍କାରେ ଆଇ.ଜି.ଆଇ.ଟି ଛାତ୍ରୀଙ୍କ ଜୀବନ ଗଲା

ତାଳଚେର,୧୭/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡ ସନ୍ଥପଡା ଗ୍ରାମ ଛକ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସରାଙ୍ଗ ଆଇ.ଜି.ଆଇ.ଟି.ରେ ଅଧ୍ୟୟନରତ ଜନୈକ ଇଞ୍ଜିନିଅରିଂ ଛାତ୍ରୀଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ସୂଚନାରୁ ପ୍ରକାଶ ଯେ,ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନିଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନରେ ବି.ଟେକ୍ର ୩ୟ ବର୍ଷରେ ପଢ଼ୁଥିବା ଛାତ୍ରୀ ସୁଶ୍ରୀ ସ୍ୱାଗତିକା ସାହୁ (୧୮) ଜଣେ ବ୍ୟକ୍ତିଙ୍କର ବଜାଜ୍ ଡିସ୍କଭର ମୋଟର ସାଇକେଲ ନଂ-ଓ.ଆର୧୯କେ -୪୨୨୨ରେ ବସି ସରାଙ୍ଗ ଆଡୁ ତାଳଚେର ଅଭିମୂଖେ ଆସୁଥିଲେ । ତେବେ ଦୁର୍ଭାଗ୍ୟବଶତଃ ଏକ ଦୃତଗାମୀ ଟ୍ରଲର ନଂ-ଏନ୍.ଏଲ୍-୦୧ଏନ୍-୫୪୯୬ ସହ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଚାଳକ ଜଣକ ଡେଇଁ ପଡ଼ିବାରୁ ମୃତୁ୍ୟମୁଖରୁ ବଂଚି ଯାଇଥିଲେ । ଏ ଖବର ପ୍ରସାରିତ ହେବାପରେ ଶହଶହ ଇଞ୍ଜିନିଅରିଂ ଛାତ୍ରଛାତ୍ରୀ ଘଟଣାସ୍ଥଳକୁ ଆସି କ୍ଷତିପୁରଣ ଦାବୀରେ ରାସ୍ତା ଅବରୋଧ କରିଥିଲେ । ତାଳଚେର ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାପରେ ଓ ସରକାରୀ ଭାବେ ସହାୟତା ଦିଆଯିବାକୁ ପ୍ରତିଶୃତି ପରେ ପ୍ରାୟ ୨ଘଂଟା ଧରି ଚାଲିଥିବା ରାସ୍ତା ଅବରୋଧ ହଟିଥିଲା । ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବାପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ତେବେ ମୃତା ଛାତ୍ରୀ ଜଣକ ରାଉରକେଲା ଅଂଚଳର ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top