ଓଡ଼ିଶା

ଟ୍ରକ- ବୋଲେରୋ ମୁହାଁ ମୁହିଁ ଧକ୍କା : ପୁଅ ମୃତ, ମା’ ଗୁରୁତର

ଯୋଡା – ୦୯.୦୮.୨୦୧୮ – (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ରିମୁଳି ଢାବା ସନ୍ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଟ୍ରକ୍ ସହ ଏକ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ପୁଅ ରାଜେଶ୍ କୁମାର ସିଂହ ଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ରମାବତୀ ଦେବୀ ଗୁରୁତର ଆହତ ହୋଇଛନ୍ତି। ରମାବତୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ରମାବତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଛାନଭିନ୍ କରୁଛି ପୋଲିସ୍। ତେବେ ଦୁର୍ଘଟଣା ପରେ ଡ୍ରାଇଭର୍ ଟ୍ରକ ସହ ଫେରାର୍ ହୋଇଯାଇଛି। ମୃତକ ରାଜେଶଙ୍କ ଘର ଯୋଡାସ୍ଥିତ ବନେଇକଳାରେ ଥିବା ବେଳେ ସେ ଟାଟା ଷ୍ଟିଲରେ କାର୍ଯ୍ୟରତ ଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top