ଓଡ଼ିଶା

ଟ୍ରକ ଧକ୍କାରେ ୬ବସ୍ ଯାତ୍ରୀ ଆହତ

କୋରାପୁଟ ; ତା୦୫-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ଭୋର ସମୟରେ ସୁନାବେଡା ଥାନା ଘାଟଗୁଡାରେ ଏକ ଯାତ୍ରୀବାହି ବସକୁ ଅନ୍ୟ ଗୋଟିଏ ଟ୍ରକ ଧକ୍କା ଦେବାରୁ ୬ଜଣ ବସ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ନବରଙ୍ଗପୁରକୁ ଯାଉଥିବା ରାଜ୍ୟ ପରିବହନ ନିଗମର ଏକ ବସ ଯାଉଥିବାବେଳେ ଘାଟଗୁଡା ଗ୍ରାମ ନିକଟରେ ସମୁଖରୁ ଆସୁଥିବା ଏକ ମାଲବାହି ଟ୍ରକ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ବାବୁ ପାଣିଗ୍ରାହି, ଏନ.ଲିମା, ଏମ୍.ହୋତା, ପି.କେ.ସେଠି, ଏଲ.କେ.ନନ୍ଦ, ଏମ୍.ସିଏଚ୍ ପଣ୍ଡା ଆହତ ହୋଇଥିଲେ। ସୂଚନା ପାଇ ସୁନାବେଡା ପୁଲିସ ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିବାବେଳେ ଟ୍ରକ ଡ୍ରାଇଭର ଓ ହେଲ୍ପର ଫେରାର୍ ଥିବା ଜଣା ପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top