ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଖଇରା, ୧୦/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନସ୍ଥ ଆଳଦା ଦାସ ସାହି ଛକରେ ଟ୍ରକ ଧକ୍କାରେ ସ୍କୁଟି ଚାଳକ ରବିନ୍ଦ୍ର ସାହୁ(୬୪)ଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାରୁ ଯାହା ଜଣାପଡିଛି ଶ୍ରୀ ସାହୁ ନିଜ ସ୍କୁଟିରେ ଖଇରାରୁ କୁପାରୀ ଅଭିମୁଖେ ଯାଉଥିଲା ବେଳେ ଦାସ ସାହି ଛକ ନିକଟରେ ଥିବା ପ୍ରଶାନ୍ତି ହୋଟେଲ ଯେଉଁଠାରେ କି ଦିନରାତି ଚୋରାରେ ମଦ ବିକ୍ର ହୁଏ ଓ ମଦପିଇ ଲୋକମାନେ ମାତାଲ ହୋଇ ବହୁବାର ଗଣ୍ଡଗୋଳ ହୋଇଥିବାର ନଜର ମଧ୍ୟ ଅଛି। ଲୋକମାନେ ରାସ୍ତା ଉପରେ ଗାଡି ରଖି ହୋଟେଲରେ ମଦ୍ୟପାନ କରୁଥିବାରୁ ରାସ୍ତା ପ୍ରବାଳ ମାତ୍ରାରେ ସେଠାରେ ଭିଡ ହେଉଛି। ଯାହାଦ୍ୱାରା ଆଜି ରବିନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଲା। ସେହି ପ୍ରଶାନ୍ତି ହୋଟେଲ ପାଖକୁ ଲାଗି ଗାଡି ରାସ୍ତା ଉପରେ ରଖି ଟାୟାର ପେଚ ମରା ଦୋକାନ, ଖୋଲାରେ ବିକ୍ରିହେଉଥିବା ଡିଜେଲ ଓ ପେଟୋ୍ରଲ ଦୋକାନ ଏବଂ ବ୍ରୟଲର କୁକୁଡା କଟାମାଂସ ଦୋକାନ ବେଆଇନ ଭାବରେ ଚାଲୁଥିବାରୁ ଦୈନିକ ସେହି ସ୍ଥାନାରେ ଗଣ୍ଡଗୋଳ, ପିଟାମରା ସହିତ ବିଭିନ୍ନ ପ୍ରକାର ଅଶ୍ଳିଳ ଭାଷା ପ୍ରୟୋଗ ହେତୁ ପାଖ ଜନବସତିରେ ବସବାସ କରୁଥିବା ଜନସାଧାରଣ ଅତିଷ୍ଠ ହୋଇପଡିଲେଣି। ଆହରି ମଧ୍ୟ ଦାସ ସାହି ଛକ ନିକଟରେ ରାସ୍ତାର ଉଭୟ ପାଶ୍ୱର୍ରେ ରାସ୍ତା ଉପରେ ଗାଡି ଧୁଆ ହେବା ସହିତ ଓ ଗାଡିରେ ଫୁଲ ସଜା ମୁଖ୍ୟତ ଦୁର୍ଘଟଣା ଜନିତ ମୃତ୍ୟୁର କାରଣ ସାଜିଛି। ଏ ବାବଦରେ ପୂର୍ବରୁ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲେ ମଧ୍ୟ ପୋଲିସ ପ୍ରଶାସନ କର୍ଣ୍ଣପାତ ନକରିବା ବଡଲଜ୍ୟାର ବିଷୟ। ପ୍ରତ୍ୟେକ ଆମ ପୋଲିସ ବୈଠକରେ ଆଲୋଚନା ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ ରହିବାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। କେଉଁଥି ପାଇଁ ପୋଲିସ ପଦକ୍ଷେପ ନ ନେଇ ନିରବ ରହିଛି କେବଳ ତାକୁହିଁ ଜଣା। ତୁରନ୍ତ ଯଦି ଟ୍ରାଫିକ ସମସ୍ୟା ପ୍ରତି ପୋଲିସ ପ୍ରଶାସନ ଧ୍ୟାନ ନ ଦିଅନ୍ତି ଆଗାମି ଦିନରେ ସାଧାରଣ ଜନତା ଓ ବୁଦ୍ଧିଜୀବିମାନେ ରାସ୍ତା ରୋକ ପାଇଁ ଚେତାବନିଦେଇଛନ୍ତି।

Leave a Reply

Your email address will not be published. Required fields are marked *