ଅନୁଗୁଳ

ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମୃତ;କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ଅନୁଗୋଳ, ୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ -ନାଲକୋ ୫୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କାଣ୍ଡସର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେମନ୍ତ ବିଶୋଇ ଏବଂ ତାଙ୍କ ଘର ଅନୁଗୋଳର ରାଣୀଗୋଡ଼ା ଅଂଚଳରେ। ଆଜି ହେମନ୍ତ ନିଜ ସ୍କୁଟି (ଓଡି ୧୯ଜେ-୩୨୨୮)ରେ ୫୫ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଜ୍ୱାଇଁଙ୍କ ଘରକୁ ଯାଉଥିଲେ। ଏତିକିବେଳେ ଏକ ଆଲୁମିନିୟମ ବୋଝେଇ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ଛିଟିକି ପଡ଼ିଥିଲେ ଏବଂ ଟ୍ରକଟି ତାଙ୍କ ଉପରେ ମାଡ଼ି ଦେଇଥିଲା। ଘଟଣାସ୍ଥଳରେ ହେମନ୍ତଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ ହେଁ ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଦୀର୍ଘ ସମୟ ଧରି ରାଜପଥ ଅବରୋଧ କରିଥିଲେ। ପରେ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top