ଗଞ୍ଜାମ

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ଵାମୀ ଗୁରୁତ୍ୱର

ଆସିକା :୦୯/୧୧ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକା ଚିନିଶିଳ୍ପ ନୂଆଗାଁ ଛକରେ ଟ୍ରକ ଧକ୍କାରେ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତ୍ୱର ହୋଇ ଆସିକା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି ।ମୃତ ମହିଳା ଜଣକ ହେଲେ ମାଧୁରୀ ମହାରଣା ଓ ତାଙ୍କରି ସ୍ଵାମୀ ହେଲେ ଗୋପାଳ କୃଷ୍ଣ ମହାରଣା । ଉଭୟ ଦମ୍ପତି ବୁଗୁଡାରୁ ନିଜ ଝିଅ ଘର ଆସିକା କୁମ୍ଭାର ସାହିକୁ ସ୍କୁଟିରେ ଆସୁଥିଲେ । ଆସିକା ଚିନିଶିଳ୍ପ ନୂଆଗାଁ ଛକଠାରେ ଏକ ଭାରିଯାନ ଟ୍ରକ ପଛପଟୁ ସ୍କୁଟିକୁ ଧକ୍କା ଦେଇଥିଲା । ଯାହା ଫଳରେ ସ୍ବାମୀ ଗୋପାଳ କୃଷ୍ଣ ମହାରଣା ଛିଟିକି ହୋଇ ପଡିଥିବା ବେଳେ ସ୍ତ୍ରୀ ମାଧୁରୀ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ଆସିକା ମେଡ଼ିକାଲକୁ ପଠାଇଥିବା ବେଳେ ଟ୍ରକକୁ ଜବତ କରିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top