ଟ୍ରକ ଧକ୍କାରେ ଜଣେ ନାବାଳିକା ମୃତ

ଅନୁଗୋଳ, ୨୮/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଉଦିତ ନଗରସ୍ଥିତ ନୋ ଏଂଟ୍ରି ଛକ ନିକଟରେ ଆଜି ସନ୍ଧ୍ୟାରେ ଟ୍ରକ ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ, ଜନୈକ ବ୍ୟକ୍ତି ଏକ ମୋଟର ସାଇକେଲରେ ନିଜ ଝିଅକୁ ବସାଇ ଯାଉଥିବା ବେଳେ ପଛ ଆଡ଼ୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଝିଅ ଚୁମୁକି ମହନ୍ତ(୯)ର ମୃତ୍ୟୁ ଘଟିଥିବା ବେଳେ ତାର ବାପା ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ଟ୍ରକଚାଳକ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଚାଲି ଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ଦୀର୍ଘ ସମୟଧରି ରାସ୍ତାରୋକ ଆନ୍ଦୋଳନ କରିଥିଲେ। ପୋଲିସ, ପ୍ରଶାସନ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *