ଟ୍ରକ-ଡମ୍ପର ମୁହାଁମୁହିଁ ଧକ୍କା, ୧ ଆହତ

ଯୋଡା- ତା ୨୦/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗୁରୁବାର ବିଳମ୍ବିତ ରାତିରେ ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ନିକଟରେ ଏକ ୧୨ ଚକିଆ ଟ୍ରକ ନଂ. ଏଚ.ଆର. ୫୫-ଏନ୍-୩୩୨୦ ରାସ୍ତା କଡରେ ଛିଡା ହୋଇଥିବା ବେଳେ ସାମନାପଟୁ ଦୃତ ବେଗରେ ଆସୁଥିବା ଏକ ଡମ୍ବର ନଂ. ଓଆର୦୪ଡି-୧୮୮୨ ଭାରସାମ୍ୟ ହରାଇ ଟ୍ରକଟିକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଟ୍ରକ ଓ ଡମ୍ପରଟି କ୍ଷତିଗ୍ରସ୍ଥ ହୋଇଥିବା ବେଳେ ଡମ୍ପରର ଡ୍ରାଇଭର ଆହତ ହୋଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ କିଛି ସମୟ ଧରି ରାସ୍ତା ଜାମ ହୋଇଥିବା ବେଳେ ଯୋଡା ପୁଲିସ ପହଞ୍ଚô ଉଭୟ ଡମ୍ପର ଓ ଟ୍ରକଟିକୁ ରାସ୍ତା କଡକୁ କରିଥିବା ଜଣାପଡିଛି । ଡମ୍ପରଟି ଚଣ୍ଡିଖୋଲ ଅଞ୍ଚଳର ସନ୍ଦିପ ସିଂହର ହୋଇଥିବା ବେଳେ ଟ୍ରକଟି ଗୁଡଗାଁଅ, ହରୟାଣା ଅଞ୍ଚଳର ରମେଶ ମିନିର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *