ଓଡ଼ିଶା

ଟ୍ରକ ଚକ ତଳେ ଚାପି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ – ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ

ଟିଟିଲାଗଡ ୨୯ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ହାଟପଦା ପଡା ନିବାସୀ ସୁଶାନ୍ତ ତ୍ରିପାଠୀ ନାମକ ଅଠତିରିଶ ବର୍ଷୀୟ ଯୁବକଙ୍କ ସ୍ଥାନୀୟ ଟିଟିଲାଗଡ ଥାନା ଚକ ଠାରେ ବରଗଡ ଯାଉଥିବା ଏକ ଟ୍ରକର ପଛ ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ତେବେ ରେଳ ଓଭର ବ୍ରିଜ ବିନା ବାଇପାସ ରେ ନିର୍ମାଣ କରିବା ଓ ହାଟପଦା ରେଳ ଫାଟକ ଯୋଗୁଁ ଟ୍ରାଫିକ ସମସ୍ୟା ରେ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି ଏହି ସୁଶାନ୍ତ ଙ୍କ ଟ୍ରକ ଚକ ରେ ଚାପି ହୋଇ ମୃତ୍ୟୁ ହେବା ପରେ ଜଣ ଅସନ୍ତୋଷ ଉଗ୍ର ରୂପ ଧାରଣ କରିବା ସହ ସ୍ଥାନୀୟ ଯୁବ ସମାଜ ସଂଘ ତରଫରୁ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଉକ୍ତ ଯୁବକଙ୍କ ପରିବାରକୁ କ୍ଷତି ପୁରାଣ ସହ ନିୟମିତ ଘଟୁଥିବା ଛୋଟ ବଡ ଦୁର୍ଘଟଣା ମାନ ନ ଘଟିବାପାଇଁ ଓ ତୁରନ୍ତ ବାଇପାସ ସଡକ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଉପଜିଲ୍ଲାପାଳ ଆଜି ସନ୍ଧ୍ୟା ରେ ଏକ ଜରୁରୀ ବୈଠକର ଆୟୋଜନ କରିଛନ୍ତି। ସହରର ଏହି ହାଟପଦା ରେଳ ଫାଟକ ସହ ଟ୍ରାଫିକ ସମସ୍ୟା ଓ ବୁଲଗାଇ ଗୋରୁ ଙ୍କ ଦୌରାତ୍ମା ବୃଦ୍ଧି ପାଇଚାଲିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top