ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା ବସ୍‌: ଜଣେ ମୃତ, ୨୫ରୁ ଅଧିକ ଆହତ

ହରିଚନ୍ଦନପୁର ୧୦ ଡୁଲାଇ (ଓଡ଼ିଆ ପୁଅ) : କେନ୍ଦୁଝର ବାଟ ହରିଚନ୍ଦନପୁରରେ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ପଛପଟୁ ପିଟିଛି ବସ୍‌। ବସ୍‌ ହେଲପର ମୃତ। ୨୫ରୁ ଅଧିକ ଆହତ। ୪ ଜଣ ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବଡ଼ବିଲରୁ ଭୁବନେଶ୍ୱର ଆସୁଥିଲା ଏହି ସ୍ୱସ୍ତିକ୍‌ ନାମକ ବସ୍। ଏହି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ। ବଡ଼ବିଲ କିରିବୁରରୁ ଭୁବନେଶ୍ୱର ଯାଉଥିବା ସ୍ୱସ୍ତିକ ନାମକ ଏକ ଯାତ୍ରୀବାହୀ ବସ୍‌ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ୪ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *