କୋରାପୁଟ

ଟ୍ରକ୍ କୁ ବାଡେଇଲା ବସ୍, ଜଣେ ମୃତ

କୋରାପୁଟ ;ତା୧୮-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କଟକରୁ ଜୟପୁର ଆସୁଥିବା ଏକ ଘରୋଇ ବସ ବୁଧବାର ଭୋର ସମୟରେ ରାମଭତ୍ରପୁରମ୍ ନିକଟରେ ଏକ ଟ୍ରକ ପଛରେ ବାଡେଇବା ହେବା ଯୋଗୁଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଜଣକ କୋରାପୁଟ ଜିଲା ସୁନାବେଡା୧ ସ୍ଥିତ ଜଗନ୍ନାଥ ମନ୍ଦିର ପୂଜକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମିଶ୍ର(୨୫)ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମୃତ ପୂର୍ଣଚନ୍ଦ୍ର ନଡିଆ ରାଣୀ ନାମକ ଏକ ଘରୋଇ ବସରେ ଭୁବନେଶ୍ୱରରୁ ସୁନାବେଡା ଫେରୁଥିଲେ। ରାମଭଦ୍ରପୁର୍ମ-ସାଲୁର ମଝିରେ ସେ କୌଣସି କାରଣରୁ ସିଟରୁ ଉଠି ଆସି ଗେଟ୍ ନିକଟରେ ଛିଡା ହୋଇଥିଲେ। ବସଟି ଦୃତ ଗତିରେ ଯାଉଥିବାବେଳେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ପିଟି ଦେଇଥିବାବେଳେ ନଡିଆ ରାଣୀ ବସ ପଛରେ ଆସୁଥିବା ରାଜଧାନୀ ନାମକ ଅନ୍ୟ ଏକ ଘରୋଇ ବସ ନଡିଆ ରାଣୀକୁ ଧକ୍କା ଦେଇଥିଲା। ଫଳରେ ପୂର୍ଣ ଚନ୍ଦ୍ର ବସର ଗେଟରେ ଚାପି ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଏଥିରେ ଅନ୍ୟ ୭ଜଣ ଆହତ ହୋଇ ବଡଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top