ଜିଲ୍ଲା ପରିକ୍ରମା

ଟ୍ରକା-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା

ଯାଜପୁର, ୧୦/୭(ଓଡିଆ ପୁଅ/ମାନସ ରାଉତ) ଚଣ୍ଡିଖୋଲ ଡୁବୁରୀ ଜାତୀୟ ରାଜପଥ ଚଢେଇଧରା ତଳଛକ ନିକଟରେ ଆଜି ଦିନ ୧୨ଟା ସମୟରେ ଟ୍ରକ୍ ଏବଂ ଡମ୍ପର ଚାପରେ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ମୁତାବକ ଜେନାପୁର ଥାନା ରାମଚନ୍ଦ୍ରପୁର ଗ୍ରାମର ତପନ ବାରିକ(୨୮) ନିଜ କାର୍ଯ୍ୟରେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଦୁଇଟି ଗାଡି ମଧ୍ୟରେ ଆଗକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଟି ଟକ୍ର ପରସ୍ପରକୁ ଧକ୍କା ଦେଇଥିଲେ। ଫଲରେ ଦୁଇଟି ଟ୍ରକ ମଝିରେ ତପନ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ଏବଂ ଡମ୍ପରର ଚାଳକ ଦ୍ୱୟ ଗୁରୁତର ଭାବେ ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି। ଜେନାପୁର ପୋଲିସ ଘଟଣାର ତଦନ୍ତ କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top