ଜିଲ୍ଲା ପରିକ୍ରମା

ଟ୍ରକକୁ ପିଟିଲା ହାଇୱା:ହାଇୱା ମାଲିକ ମୃତ ଚାଳକ ଗୁରୁତର

ପୁରୀ, ୧୯/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ପିପିଲି ଥାନା ମଙ୍ଗଳପୁର ଛକ ରାସ୍ଥା ପାଶ୍ୱର୍ରେ ଠିଆ ହୋଇଥିବା ବୋଲି ବୋଝେଇ ଟ୍ରକ୍ ଓଆର୍ ୦୯ ଜି ୧୩ ଏଫ ୪୩୧୧ ଧକ୍କାଦେଇଥିଲା। ହାଇୱା ହେଲ୍ପର ସିଟ୍ରେ ବସିଥିବା ଗାଡି ମାଲିକ ବ୍ରହ୍ମଗିରି ହାଣ୍ଡିଆଳି ଗ୍ରାମର ପ୍ରଫୁଲ୍ଳ ପରିଡାଙ୍କ ପୁଅ ପ୍ରଦୀପ କୁମାର ପରିଡା ବୟସ ୩୩ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଗାହି ଭିତରେ ଜାପି ହୋଇ ରହିଯାଇଥିବା ଚାଳକଙ୍କୁ ପିପିଲି ଅଗ୍ନିସମ ବାହିନୀ ଉଦ୍ଧାର କରିଥିଲା। ଗାଡିର ଲୁହାକୁ କଟର ସାହାର୍ଯ୍ୟରେ କାଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପିପିଲି ପୋଲିସ୍ ଘଟଣା ସ୍ଥଳରେ ପହଂଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top