କେନ୍ଦୁଝର

ଟ୍ରକକୁ ଧକ୍କାଦେଲା ବସ ଜଣେ ମୃତ ୪ ଗୁରୁତର

ଘଟଗାଁ,୧୦.୦୭(ଓଡିଆ ପୁଅ / ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବାଟହରିଚନ୍ଦନପୁର ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଉର୍ଦ୍ଧ ଆହାତ ହୋଇଛନ୍ତି । ସୂଚନା ମୁତାବକ ଗତକାଲି ସ୍ୱସ୍ତିକ ନାମକ ଏକ ଘରୋହି ଯାତ୍ରୀବାହୀ ବସ ବିଳମ୍ବିତ ରାତିରେ ପାଖପାଖି ୫୦ରୁ ଉର୍ଦ୍ଧ ଯାତ୍ରୀ ନେଇ ବଡବିଲ କିରିବୁର ରୁ ଭୁବନେଶ୍ୱର ଯାଉଥିବା ବେଳେ ପ୍ରାୟ ସମୟ ୨ଘଟିକାରେ ଘଟଗାଁ ଥାନା ଅନ୍ତର୍ଗତ ବାଟହରିଚନ୍ଦନପୁର ନିକଟସ୍ଥ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବସ ହେଲପରର ମୃତ୍ୟୁ ଘଟିଥିଲା । ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନୀଶମ ବିଭାଗ ପହିଂଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧା କରିଥିଲେ । ଆହାତ ଥିବା ଯାତ୍ରୀ ମାନଙ୍କୁ ସଙ୍ଗେ ସଙ୍ଗେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା । ସେମାନଙ୍କ ମଧ୍ୟ ୪ ଜଣଙ୍କ ସ୍ୱସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟିବା ପରେ ବସର ଡ୍ରାଇଭର ,କଣ୍ଡକଟର ଓ ଟ୍ରକର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁକରିବା ସହ ଗାଡି ଗୁଡିକୁ ଜବତ କରି ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top