ଓଡ଼ିଶା

ଟୋଲ ଆଦାୟକୁ ବିରୋଧ କରି ବାଇକ୍ ରାଲି

ସମ୍ବଲପୁର ୨୯ା୩(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ଜିଲ୍ଲା ନୂଆଁଖୁରି ଗାଁ ଟୋଲ୍ ପ୍ଲାଜାରେ ଟୋଲ ଆଦାୟକୁ ବିରୋଧ କରି ଗୁରୁବାର ଜିଲ୍ଲା ଜାତୀୟ ରାଜପଥ ବ୍ୟବହାରକାରୀ ମଞ୍ଚ ପକ୍ଷରୁ ଏକ ବିଶାଳ ବାଇକ ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରେ ଏହି ବାଇକ ର୍ୟାଲି ସମଲେଶ୍ୱରୀ ମନ୍ଦିରରୁ ବାହାରି ଥିଲା। ପରେ ଏହା କଚେରୀ ଛକ, ଜେଲ ଛକ, ଅଶୋକା ଟକିଜ୍, ମୁଦିପଡା, ଓଭର ବ୍ରିଜ୍, ଅଇଁଠାପାଲି, ଶାସନ ଦେଇ ରେଙ୍ଗାଲି ଯାତ୍ରା କରିଥିଲା। ସୂଚନା ଯୋଗ୍ୟ, ଟୋଲ ଆଦାୟକୁ ବିରୋଧ କରି ସମ୍ବଲପୁର ଟ୍ରକ ମାଲିକ ସଂଘ ଓ ସାଧାରଣ ଜନତା ଗତ ୧୮ତାରିଖରେ ବିଜୁ ଏକ୍ସପ୍ରେସ୍ ୱେକୁ ଅବରୋଧ କରିଥିଲେ। ଫଳରେ ପୂର୍ବାହ୍ନ ୮ଟାରୁ ସାଢେ୧୨ଟା ପର୍ଯ୍ୟନ୍ତ ଅବରୋଧ କରିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ତେଣୁ ବାଧ୍ୟ ହୋଇ ୧୦୦ଜଣଙ୍କୁ ପୋଲିସ୍ ଗିରଫ କରିଥିଲା। ଏହାପରେ ଗତ ୨୨ତାରିଖରେ ଜିଲ୍ଲା ଜାତୀୟ ରାଜପଥ ବ୍ୟବହାରକାରୀ ମଞ୍ଚ ଗଠନ କରାଯାଇଥିଲା। ଏହି ମଞ୍ଚ ଟୋଲ ମୁକ୍ତ ଯାତାୟତ ପାଇଁ ଗଠନ କରାଯାଇଛି। ସେହିପରି ୨୩ ତାରିଖରେ ଜିଲ୍ଳାପାଳଙ୍କୁ ଭେଟି ଏ ସମ୍ବନ୍ଧରେ ଅବଗତ କରାଯାଇଥିଲା। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆସନ୍ତା ୨ତାରିଖରେ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଏହି ର୍ୟାଲିରେ ମଞ୍ଚ ଆବାହକ ସତ୍ୟନାରାୟଣ ପଣ୍ଡା, ଟ୍ରକ ମାଲିକ ସଂଘ ସଭାପତି ସୁରେନ୍ଦ୍ର ସିଂ, ସମ୍ବଲପୁର ବିଲ୍ଡିଙ୍ଗ ମେଟେରିଆଲ ଟ୍ରାନ୍ସପୋଟ୍ ଓନର ଆସୋସିଏସନ ସଭାପତି ସମିର ରଞ୍ଜନ ବାବୁ, ମିନି ଟ୍ରକ ଆସୋସିଏସନ ସଭାପତି ବିପିନ୍ ତିୱାରୀ, ରେଙ୍ଗାଲି ଟ୍ରକ ୟୁନିଅନ ସଭାପତି ବାର୍ଜେନ ପଣ୍ଡା, ଜିଲ୍ଲା ଓକିଲ ସଂଘ ସଭାପତି ଅତନୁ ବୋଷ, ସମାଜ ସେବୀ ଭାଗବତ ନନ୍ଦ, ନାଉରି ନାଏକ, କର୍ଣ୍ଣେଲ୍ ପ୍ରଭାତ ପଣ୍ଡା, ହନୁମାନ ଜୟନ୍ତି ସମନ୍ୱୟ ସମିତି ସଭାପତି ପ୍ରଦିପ ବହିଦାର ଓ ସପନ ମିଶ୍ର ପ୍ରମୁଖ ସାମିଲ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top