ଓଡ଼ିଶା

ଟୋଲଗେଟ ଲୁଟ୍ ମାମଲା: ପୁଲିସ ଜାଲରେ ଫଶିଲେ ୬ ଜଣ ଲୁଟେରା ସହ ପିସ୍ତଲ ଏବଂ ଟଙ୍କା ଜବତ

ବ୍ରହ୍ମପୁର ୨୪-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଏକ ଲୁଟେରା ଗ୍ୟାଙ୍କ ରାକେଟକୁ ଧରିବାରେ ଗଞ୍ଜାମ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଟ୍ ଘଟଣା ଘଟିବାର ମାସକ ଭିତରେ ପୁଲିସର ଜାଲରେ ଫଶିଛନ୍ତି ଲୁଟେରା। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଗୁରାପଲ୍ଲୀ ଟୋଲ୍ଗେଟର ଟଙ୍କା ଲୁଟ୍ ମାମଲାରେ ପୋଲିସକୁ ମିଳିଛି ଏହି ସଫଳତା। ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଘଟଣା ପ୍ରକାରେ ଚଳିତ ମାସ ୨ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଟୋଲ ଗେଟ୍ ର ୩ ଜଣ କର୍ମଚାରୀ ୨୫ ଲକ୍ଷ ୩୦ ହଜାର ଟଙ୍କା ଧରି ଏକ ଗାଡ଼ି ଯୋଗେ ବ୍ୟାଙ୍କରେ ଟଙ୍କା ଡ଼ିପୋଜିଟ୍ କରିବା ପାଇଁ ଖଲ୍ଲିକୋଟ ଯିବା ସମୟରେ ହରିଡ଼ାମୂଳି ଛକ ଠାରେ ଦୁର୍ବୃତ ମାନଙ୍କ ହାବୁଡ଼ରେ ପଡ଼ିଥିଲେ। ଗାଡ଼ି ଯୋଗେ ଆସିଥିବା ଦୁର୍ବୃତମାନେ ଏକ ବ୍ଲାଙ୍କ୍ ଫାୟାରିଂ କରିବା ସହ ସେମାନଙ୍କ ଠାରୁ ୨୫ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାୟଙ୍କ ଦ୍ୱାରା ଗଠିତ ହୋଇଥିଲା ଏକ ଟିମ୍। ଶେଷରେ ଟିମ୍ କୁ ସଫଳତା ମିଳିଛି ବୋଲି ଗଂଜାମ ଏସପି ଛତ୍ରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୬ ଜଣ ଅପରାଧିଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କ ନିକଟରୁ ୧୦ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛନ୍ତି। ୧୩ଟି ମୋବାଇଲ, ଏକ ପିସ୍ତଲ, ୩ଟି ଗୁଳି, ଲାପଟପ୍ ଜବତ କରିବା ସହ ଲୁଟ ସମୟରେ ବ୍ୟବହୃତ ହୋଇଥିବା ଏକ କାର ଓ ମୋଟର ସାଇକେଲ ଜବତ କରିଛନ୍ତି। ଏହାସହ ପୂର୍ବରୁ ଚୋରି କରିଥିବା ବୋଲେରୋ, ସ୍କୁଟର ଓ ମୋଟରସାଇକେଲ ଆଦି ଜବତ କରିଛନ୍ତି। ଘଟଣାରେ ଟୋଲଗେଟ କର୍ମଚାରୀଙ୍କ ହାତ ନଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଲୁଟେରାମାନେ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ବିଭିନ୍ନ ଅପରାଧ କରିଥିବା ଜଣାପଡ଼ିଛି ବୋଲି ଏସପି କହିବା ସହ ଆଉ କିଛି ଲୁଟେରା ଧରାପଡ଼ିନଥିବା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top