ଟି-20 ଇଣ୍ଟରନ୍ୟାସନାଲରେ ଶେଷ ବଲ୍ ରେ ଛକ୍କା ଲଗାଇଥିବା ବ୍ୟାଚ୍ସ ମ୍ୟାନ୍ କେଉଁମାନେ ?

କଲୋମ୍ବୋ ୧୮-୩ (ଓଡ଼ିଆ ପୁଅ) ଦିନେଶ କାର୍ତିକ ୨୦ ତମ ଓଭରର ଶେଷ ବଲ୍ ରେ ଛକ୍କା ମାରି ଭାରତକୁ ଏକ ଐତିହାସିକ ବିଜୟ ଦେଇଛନ୍ତି। ସେ ୮ ଟି ବଲ ରେ ୩ ଛକ୍କା ଏବଂ ୨ଟି ଚୌକାମାରି ୨୮ ରନ ବନାଇଥିଲେ। ଶ୍ରୀଲଙ୍କାରେ ଚାଲିଥିବା ନିଦହାସ ଟି-୨୦ ଟ୍ରଫିର ଫାଇନଲ ମ୍ୟାଚ୍ ଭାରତ-ବାଂଗ୍ଲାଦେଶ ମଧ୍ୟରେ ଆଜି କଲୋମ୍ବୋରେ ଖେଳାଯାଇଥିଲା। ଭାରତ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଗ୍ଲାଦେଶ ୮ଟି ୱିକେଟ ବିନିମୟରେ ୨୦ ଓଭରରେ ୧୬୬ ରନ୍ କରିଥିବା ବେଳେ ଭାରତକୁ ୧୬୭ ରନ୍ ର ବିଜୟ ଲକ୍ଷ ଦେଇଥିଲା। ଏହି ଲକ୍ଷକୁ ହାସଲ କରିବା ପାଇଁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ କଡ଼ା ଟକ୍କର ସହିତ ୧୬୮ ରନ କରିଥିଲା। ଖେଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସସ୍ପେନ୍ସ ଲାଗି ରହିଥିଲା। ୧୯.୫ ଓଭରରେ ୧୬୨ ରନ୍ କରିଥିଲା ଭାରତ। ଶେଷ ବଲରେ ଜିତିବା ପାଇଁ ୫ ରନ ଆବଶ୍ୟକ ଥିବା ବେଳେ ଦିନେଶ କାର୍ତ୍ତିକ ଛକା ମାରି ଭାରତକୁ ବିଜୟର ଟୀକା ପିନ୍ଧାଇଥିଲେ। ଚାଲନ୍ତୁ ପଢ଼ିବା ଏହିପରି କେତେକ ଟି-20 ଇଣ୍ଟରନ୍ୟାସନାଲରେ ଶେଷ ବଲ୍ ରେ ଛକ୍କା ଲଗାଇଥିବା ବ୍ୟାଚ୍ସ ମ୍ୟାନ୍ ଙ୍କ ବିଷୟରେ ..

ସି. କପୁଗେଦରା (ଶ୍ରୀଲଙ୍କା vs ଭାରତ), ଗ୍ରାସ ଆଇସଲେଟ 2010

ଇୟୋନ ମୋର୍ଗନ (ଇଂଙ୍ଗଣ୍ଡ vs ଭାରତ), ମୁମ୍ବାଇ, 2012

ଜୁଲ୍ଫିକାର ବାବର ( ପାକିସ୍ତା ନ vs ୱେଷ୍ଟଇଣ୍ଡିଜ୍), କିଂଙ୍ଗଷ୍ଟନ, 2013

ବି. ସିବାଣ୍ଡା (ଜିମ୍ବାଂୱେ  vs ନେଦରଲ୍ୟାଣ୍ଡ୍ସ), ସେଲହେଟ, 2014

ଦିନେଶ କାର୍ତିକ (ଭାରତ vs ଶ୍ରୀଲଙ୍କା), କଲୋମ୍ବୋ, 2018.

Leave a Reply

Your email address will not be published. Required fields are marked *