ଓଡ଼ିଶା

ଟିଡ଼ିପି ଅଲଗା ହେବା ପରେ ଆଜି ଆନ୍ଧ୍ର ପ୍ରଦେଶରେ ବିଜେପି ନେତାମାନଙ୍କ ସହ ମିଶି ‘ରଣନୀତି’ ପ୍ରସ୍ତୁତ କରିବେ ଅମିତ ଶାହା

ଶନିବାର ଦିନ ଅମିତ ଶାହ ଆନ୍ଧ୍ର ପ୍ରଦେଶର ବିଜେପି କୋର ଗ୍ରୁପର ସଦସ୍ୟମାନଙ୍କ ସହିତ ବୈଠକ କରିବେ
ସାର କଥା:
– ଅମିତ ଶାହା ଆଜି ଆନ୍ଧ୍ର ପ୍ରଦେଶ ଯିବେ
– ଟିଡିପିରୁ ଅଲଗା ହେବା ପରେ ବିଜେପି ନେତାମାନଙ୍କୁ ମିଶିବେ ଅମିତ ଶାହା
– ଆଗର ରଣନୀତି ଉପରେ କରିବେ ବିଚାର
ନୂଆଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟୀ ସହିତ ବର୍ତ୍ତମାନ କିଛି ଭଲ ଚାଲିନାହିଁ। ଆନ୍ଧ୍ର ପ୍ରଦେଶରେ ଜାରୀ ରାଜନୈତିକ ଭୂକମ୍ପକୁ ନଜରରେ ରଖି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆନ୍ଧ୍ର ପ୍ରଦେଶର ବିଜେପି ନେତାମାନଙ୍କ ସହିତ ସାକ୍ଷାତ କରିବେ। କୁହାଯାଉଛିଯେ, କି ଆଜି ସଂଧ୍ୟାରେ ଅର୍ଥାତ ଶନିବାରଦିନ ଅମିତ ଶାହ ଆନ୍ଧ୍ର ପ୍ରଦେଶର ବିଜେପି କୋର ଗ୍ରୁପର ସଦସ୍ୟମାନଙ୍କ ସହିତ ବୈଠକ କରିବେ।

କୁହାଯାଇପାରେକି, ଉପଚୁନାବଗୁଡ଼ିକରେ ମିଳିଥିବା ପରାଜୟ ପରେ ଚନ୍ଦ୍ରବାବୁ ନାଇଡ଼ୁଙ୍କର ପାର୍ଟୀ ଟିଡିପି ଏବଂ ୱାଇଏସଆର କଂଗ୍ରେସ ତରଫରୁ ଅବିଶ୍ଵାସ ପ୍ରସ୍ତାବର କଥା ଯଦିଓ ମୋଦୀ ସରକାରଙ୍କ ପାଇଁ ସଂକଟ ନାହିଁ କିନ୍ତୁ ଏହା ରାଜନୈତିକ କ୍ଷତିର କାରଣ ହେଉଛି। ଏହି କାରଣରୁ ଆନ୍ଧ୍ର ପ୍ରଦେଶର ରାଜନୈତିକ ଘଟଣାକ୍ରମରେ ଅନୁକୂଳ ପରିସ୍ଥିତି ବନାଇ ରଖିବା ପାଇଁ ଅମିତ ଶାହ ପୁଣି ଥରେ ଅଣ୍ଟା ଭିଡ଼ିଛନ୍ତି।

ଟିଡିପି ଏବଂ ୱାଇଏସଆର କଂଗ୍ରେସ ଦ୍ଵାରା ଲୋକସଭାରେ ମୋଦୀ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଭାଜପାର ବୈଠକ ହୋଇଛି। ଯାହାଦ୍ୱାରା ଆନ୍ଧ୍ର ପ୍ରଦେଶରେ କଠିନତାର ସାମନା କରିବାକୁ ପଡ଼ିପାରେ। ଏହି କାରଣରୁ ଅମିତ ଶାହା ବୈଠକରେ ଟିଡିପି ସହ ସଂପର୍କ କାଟିବା ଏବଂ ଅନାସ୍ଥା ପ୍ରସ୍ତାବ ଉପରେ ମଧ୍ୟ ଚର୍ଚ୍ଚା କରି ପାରନ୍ତି।

ରିପୋର୍ଟ ଅନୁସାରେ ଅମିତ ଶାହ ଆନ୍ଧ୍ର ପ୍ରଦେଶରେ ରାଜନୈତିକ ସ୍ଥିତିର ସମୀକ୍ଷା କରିବେ ଏବଂ ରାଜ୍ୟରେ ପାର୍ଟିର ବିକଳ୍ପ ଉପରେ ରଣନୀତି ପ୍ରସ୍ତୁତ କରିବେ। ଏଠାରେ ଲୋକସଭାର ୨୫ଟି ଆସନ ଅଛି ଏବଂ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହିତ ଏଠାରେ ବିଧାନସଭା ନିର୍ବାଚନ ମଧ୍ୟ ହେବ। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top