ଓଡ଼ିଶା

ଟିମ ଇଣ୍ଡିଆ ଜିତିଲା ଟସ : ପ୍ରଥମେ ଫିଲ୍ଡିଂଗ କରିବା ପାଇଁ ନିଷ୍ପତି

ଗୌହାଟୀ ୨୧-୧୦ (ଓଡ଼ିଆ ପୁଅ) : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେଉଥିବା ପାଞ୍ଚଟି ୱାନଡେ ମ୍ୟାଚ୍ ର ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ଟସ ଜୀତି ପ୍ରଥମେ ଫିଲ୍ଡିଂଗ କରିବାପାଇଁ ନିଷ୍ପତି ନେଇଛନ୍ତି। ଟିମ ଇଣ୍ଡିଆ ଏହି ସିରିଜ୍ ରେ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ଵକପ ପାଇଁ ପ୍ରସ୍ତୁତିକୁ ପରଖିବା ଦୃଷ୍ଟିରୁ ପଡ଼ିଆକୁ ଓହ୍ଲାଇଛି। ତା’ ବ୍ୟତୀତ ଟିମ୍ ଇଣ୍ଡିଆ ସାମନାରେ ନିଜକୁ ୱାନଡେ ରେକର୍ଡ ସୁଧାରିବା ପାଇଁ ସହାୟକ ହେବ। ଅପର ପକ୍ଷରେ ୱେଷ୍ଟଇଣ୍ଡିଜ୍ ର ଇଚ୍ଛା ବିଜୟ ଲାଭ କରିବା।

ଇଲଣ୍ଡରେ ହେବାକୁଥିବା ୫୦ ଓଭର ବିଶିଷ୍ଟ ବିଶ୍ଵକପ ପୂର୍ବରୁ ଭାରତ ୧୮ଟି ୱାନଡେ ମ୍ୟାଚ୍ ଖେଳିବ। ଏହି ସମୟରେ ଟିମ୍ ଇଣ୍ଡିଆ ନିଜର ମଧ୍ୟକ୍ରମର ବିଫଳତାକୁ ଦୂର କରିବାକୁ ଚାହିଁବ, ଖାସକରକି ନମ୍ବର-୪ ସ୍ଥାନକୁ ମଜବୂତ କରିବାକୁ ଚାହିଁବ। ଯେଉଁଠାରେ ଅନେକ ବ୍ୟାଟ୍ସମ୍ୟାନ୍ ଅସଫଳ ରହିଛନ୍ତି, କିନ୍ତୁ କିଛି ସଫଳ ମଧ୍ୟ ଅଛନ୍ତି। ଅପର ପକ୍ଷରେ ଟିମ ଇଣ୍ଡିଆର ଗତ ୱାନଡେ ରେକର୍ଡ ବହୁତ ଭଲ ନାହିଁ। ଏସିଆ କପରେ ଅନ୍ତିମ ବଲ୍ ରେ ବିଜୟ ମିଳିଥିଲା। ତେବେ ବିରାଟ ଇଲଣ୍ଡରେ ୱାନଡେ ସିରିଜ୍ ୧-୨ ହାରିଥିଲେ ମଧ୍ୟ।

ପନ୍ତ ଖେଳୁଛନ୍ତି ପ୍ରଥମ ୱାନଡେ
ଟେଷ୍ଟରେ ତୋଫାନୀ ଭାବେ ପଦାର୍ପଣ କରିବା ପରେ ୱିକେଟ କୀପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବେ ୱାନଡେରେ ମଧ୍ୟ ପଦାର୍ପଣ କରୁଛନ୍ତି। ତାଙ୍କୁ ରବିବାରରେ ଆରମ୍ଭ ହେବାକୁ ଥିବା ୱାନଡେ ସିରିଜ୍ ପୂର୍ବରୁ ଦୁଇଟି ମ୍ୟାଚ ପାଇଁ ୧୨ ସଦସ୍ୟୀୟ ଟିମରେ ସାମିଲ କରାଯାଇଛି। ୨୧ ବର୍ଷର ପନ୍ତ ଇଲଣ୍ଡ ବିରୁଦ୍ଧରେ ଓବାଲରେ ନିଜର ପଦାର୍ପଣ ଟେଷ୍ଟ ମ୍ୟାଚ୍ ହିଁ ଶତକ ମାରିଥିଲେ। ସେ ୱେଷ୍ଟଇଣ୍ଡିଜ୍ ର ବିରୁଦ୍ଧରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ୍ ରେ ମଧ୍ୟ ୯୨-୯୨ ରନ ବନାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top