ଓଡ଼ିଶା

ଟିପର ଧକ୍କାରେ ସ୍କୁଟି ଆରୋହୀ କଲେଜ ଛାତ୍ରୀ ମୃତ

ମାଲକାନଗିରି, ୧୮ା୫ (ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ମାଲକାନଗିରି କାଲିମେଳା ମୁଖ୍ୟ ରାସ୍ତା ଏମଭି ୧୬ ଓ ଏମଭି୧୭ ରାସ୍ତା ମଝିରେ ରେ ଏକ ଏକ ୧୦ଚକିଆ ଟିପର ଗାଡି ଧକ୍କାରେ ଜଣେ ସ୍କୁଟି ଆରୋହୀ କଲେଜ ଛାତ୍ରୀର ମୃତ୍ୟୁ ଘଟିଛି। ଶିଖପାଲି ପଚାଂୟତ ଏମଭି୧୮ ଗ୍ରାମର ବାବୁଲ ଭଟ ଙ୍କ କଲେଜପଢୁଆ ୧୮ବର୍ଷର ଝିଅ ସ୍ୱପ୍ନାଭଟ ଏକ ସ୍କୁଟି ଯୋଗେ ଏମଭି୧୬ ଗ୍ରାମରୁ ଫେରୁଥିବା ବେଳେ ସେହି ରାସ୍ତାରେ ଦୃତଗତିରେ ମାଲକାନଗିରିକୁ ଯାଉଥିବା ଏକ ଟିପର ଗାଡି ଟି ସ୍କୁଟି କୁ ଧକ୍କାଦେଇଥିଲା, ସ୍କୁଟି ସହିତ କିଛି ବାଟକୁ ସ୍ୱପ୍ନା ଘୋସାରି ହୋଇ ପଳାଇଥିଲା, ମୁଣ୍ଡଫାଟି ବସବାହିରି ପଡି ଘଟଣାସ୍ଥଳରେ ସ୍ୱପ୍ନାର ମୃତ୍ୟୁ ଘଟିଥିଲା। ଏହି ଘଟଣାଦେଖି ଗ୍ରାମବାସୀ ମାନେ ଉତ୍ୟକ୍ତହୋଇ ରାସ୍ତାରୋକ କରି ଟିପରଟିକୁ ଅଟକାଇ ରଖିଥିଲେ, ଘଟଣାସ୍ଥଳରେ ମାଲକାନଗିରି ଥାନା ଅଧିକାରୀ ସୌମନ୍ଦ୍ର ତ୍ରୀପାଠୀ ଓ ପୁଲିସ ସଦଳବଳ ପହଁଚି ଟିପରଟିକୁ ଜବତକରି ବା ସହିଡ ଡ୍ରାଇଭର କୁ ଗିରଫ କରି ଥାନାକୁ ଆଣିବାପରେ ପରିସ୍ଥତି ଶାନ୍ତ ପଡିଥିଲା। ସ୍ୱପ୍ନା ର ମୃତ ଶରୀର ପୁଲିସ ଜବତ କରି ଶବବ୍ୟବଛେଦ ପାଇଁ ଡାକ୍ତର ଖନାକୁ ପଠାଇ ଏକ ଦୁର୍ଘଟଣା ଜନିତ କେସ ରୁଜୁକରି ତଦନ୍ତ ଚଳାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top