ଅପରାଧ

ଟିପର ଧକ୍କାରେ ମହିଳା ଗୁରୁତର,ଉତ୍ୟକ୍ତ ଲୋକ ଦୈତାରୀ ଡୁବୁରି ରାସ୍ତା ଅବରୋଧ

ହରିଚନ୍ଦନପୁର,ତା ୩୦ ଜୁଲାଇ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ଛକ ନିକଟରେ ଏକ ମାଲବାହୀ ଟିପର ଧକ୍କାରେ ମହିଳା ଗୁରୁତର ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ମହିଳା ଜଣଙ୍କ ହେଉଛନ୍ତି ଚମ୍ପା ହାଁସଦା(୩୦) । ସେ ଦୈତାରୀ ସାଇଡିଂରୁ କାମ ସାରି ଘରକୁ ଫେରୁଥିବା ସମୟରେ ବିପରିତ ଦିଗରୁ ଓଆର ୧୬ ଏ ୬୫୧୫ ଟିପର ଆସି ମହିଳାଙ୍କ ପଛପାଖରୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣଙ୍କ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ଲୋକମାନେ ମହିଳା ଜଣଙ୍କୁ ନେଇ ବ୍ରାହ୍ମଣୀପାଳ ଟାଟାଷ୍ଟିଲର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମହିଳାଙ୍କୁ ଧକ୍କା ଦେବାକୁ ନେଇ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଦୈତାରୀ ଡୁବୁରି ରାସ୍ତାଟିକୁ ବ୍ରାହ୍ମଣୀପାଳ ଛକ ନିକଟରେ ଅବରୋଧ କରିଛନ୍ତି । ତାହାକୁ ନେଇ ଶହ ଶହ ମାଲବାହୀ ଟିପର ଚଳାଚଳା ବନ୍ଦ ରହିବା ସହ ମାଲ୍ ପରିବହନ ବନ୍ଦ ରହିଥିଲା । ଘଟଣାସ୍ଥଳରେ ଦୈତାରୀ ଅଧିକାରିଣୀ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିବାର ଜଣାପଡିଛି । ବର୍ତ୍ତମାନ ମହିଳା ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top