ଟିଟୋ ଲିଙ୍କରେ ସାମିଲଙ୍କୁ ଛାଡୁନି ଗିରଫଦାରି ଭୟ

ଯାଜପୁର-୬/୮(ଓଡିଆ ପୁଅ/ଏ.ରାଉତ) ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟାର ଟିଟୋ ସାମ୍ରାଜ୍ୟର ଖୋଳତାଡ ଜଚଲିଥିବା ବେଳେ ବଡଚଣାରେ ଏବେ ଗିରଫଦାରି ଭୟ ଛଡେୁନଥିବା ପରିଲକ୍ଷିତ ହୋଇଛି। ଠିକାଦାରି ଠାରୁ ଆରମ୍ଭ କରି ବିଭିନ୍ନ ଉପାୟରେ ଅତି ସହଜରେ ଅର୍ଥ ଉପାର୍ଜନ କରିଥିବା କେତେକ ପ୍ରତିଷ୍ଠିତ ବ୍ୟକ୍ତି ହିଁ ଏହି ଲିଙ୍କରେ ଥିବା ଆଲୋଚନା ହେଉଛି। ବ୍ଲକସ୍ତରୀୟ ରାଜନେତାଙ୍କ ଠାରୁ ଆରମ୍ଭ କରି ମୋରମ ଓ ବାଲି ମାଫିଆଙ୍କ ସଂପୃକ୍ତି ଯେ ସେମାନଙ୍କୁ ନିଶ୍ଚିନ୍ତ ଆଇନର କାଠଗହାକୁ ନେଇଯିବ ତାହା କହିବା ଅସମ୍ଭବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗତ କାଲି ବିଳମ୍ବିତ ରାତିରେ ବଡଚଣା ଅଞ୍ଚଳରେ ଗିରଫ ହାୱାକୁ ନେଇ ଅନେକ ଗୁଜବ ମୁଣ୍ଡଟେକିଥିଲା। ଯାହାକୁ ନେଇ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଓ ଠିକାଦାର ଫେରାର ହୋଇଯାଇଥିବା ଶୁଣିବାକୁ ମିଳୁଛି। ବଡଚଣା ଅଞ୍ଚଳରେ ହୋଇଥିବା ବଡବଡ ଠିକାଦାର କାମରେ ଟେଣ୍ଡର ଫିସ୍କିଂରେ ଏଠାକାର କେତେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପୃକ୍ତି ତଦନ୍ତକାରୀ ସଂସ୍ଥା ନଜରକୁ ଆସିଛି, କିଛି ବର୍ଷହେବ ଟିଟୋ ଚଣ୍ଡିଖୋଲକୁ ଆସି ଏକ ନିଦ୍ଧିଷ୍ଠ ଗୋଷ୍ଠିଙ୍କ ସହିତ ଆଡାଜମାଉଥିବା ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ତଥ୍ୟ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଠିକାଦାର, ମୋରମ ଓ ବାଲି ମାଫିଆ ବିଭିନ୍ନ ସମୟରେ ଟିଟୋର ସହାୟତାରେ ଅନେକ ଅନିୟମିତତା କାମ କରିଥିବାକୁ ନେଇ ତଦନ୍ତ ଜାରିରହିଛି। ଆଗାମୀ ଦିନରେ ଟିଟୋ ଲିଙ୍କରେ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ଗିରଫଦାରିକୁ ଏଡାଇଦିଆଯାଇନପାରେ ବୋଲି ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *