ଜିଲ୍ଲା ପରିକ୍ରମା

ଟିଟୋ ଲିଙ୍କରେ ବଡଚଣା ରାଜନୈତିକ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଂଚକୁ ଭେଟିଲା ବଡଚଣା କଂଗ୍ରେସ ଟିମ୍

ଯାଜପୁର,୧୦/୮ (ଓଡିଆପୁଅ):- ଗ୍ୟାଙ୍ଗଷ୍ଟାର ଟିଟୋର ରାଜନୈତିକ ସମ୍ପୃକ୍ତିକୁ ନେଇ ବଡଚଣା କଂଗ୍ରେସ କମିଟି ପକ୍ଷରୁ ଗୁରୁବାର କ୍ରାଇମବ୍ରାଂଚ ଏସ.ଟି.ଏଫର ଡିଜିଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବଡଚଣ ବ୍ଲକ ଦର୍ପଣ ତହସିଲ ଅଂଚଳରେ ଚାରିନଙ୍ଗଳ, ମଝିପଟା, ମାଣ୍ଡୁକା, ଅସିଆ, ଧାଉଡିଆପଦା, ଆଲାମଗିରି ଓ ଅଛୁତବସନ୍ତ ଆଦି ଅଂଚଳରୁ ଟିଟୋ ବେଆଇନ୍ ଭାବେ କୋଟି କୋଟି ଟଙ୍କାର ମୋରମ ଓ ବାଲି ଖୋଳି ଚାଲାଣ କରୁଥିଲା । ଫଳରେ ସରକାରଙ୍କ ବିପୁଳ ଟଙ୍କାର ରାଜସ୍ୱ ହାନୀ ହେଉଥିଲା । ବହୁଦିନ ଧରି ଏଭଳି ବେଆଇନ୍ ମୋରମ ଚାଲାଣ ହେଉଥିଲେ ସୁଧା ତହସିଲ କର୍ତ୍ତୁପକ୍ଷ କିମ୍ଭା ପୋଲିସ ପ୍ରଶାସନ ଏହାକୁ ବନ୍ଦ କରିବାର କୈଣସି ପଦକ୍ଷେପ ନେଉନଥିଲେ । ବିନା ରାଜନୈତିକ ସମ୍ପୃକ୍ତିରେ ଏହିସବୁ ଚୋରା କାରବାର ସମ୍ଭବ ନୁହେଁ ଏପରିକି ବଡଚଣା ବିଧାୟକ ଅମର ଶତପଥୀଙ୍କ ଅଗଚୋରରେ ଏହି ବେନିୟମ କାର୍ଯ୍ୟ ଚାଲିବା ଅସମ୍ଭବ ବୋଲି ଦାବିପତ୍ରରେ ଉଲ୍ଲେଖ କରି ଏହାର ବିଧବଦ୍ଧ ତଦନ୍ତ କରିବାକୁ ବଡଚଣା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଏସଟିଏଫ ନିକଟରେ ଦାବି କରିଛନ୍ତି । ବ୍ଲକ କଂଗ୍ରେସ କମିଟି ସଭାପତି ଫକୀର ମୋହନ ବଳଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ର, ପିସିସି ସାଧରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ ସାମଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ, ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ ସଂଜୟ ରାୟ, ପୂର୍ବତନ ସମିତିସଭ୍ୟ ସୁରେଶ ସାହାଣୀ, ପୁର୍ବତନ ସରପଂଚ ନିଳକଣ୍ଠ ମିଶ୍ର, ବସନ୍ତ ପଟ୍ଟନାୟକ, ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ସୁରେଖା ମଲିକ, ପୂର୍ବତନ ସରପଂଚ ରତିକାନ୍ତ ପ୍ରଧାନ, ଭାସ୍କର ପ୍ରଧାନ, ବିବେକ ରଂଜନ ସୁବୁଦ୍ଧି, ଗଗନ ପରିଡା, ଅମୂଲ୍ୟ ଦାସ ପ୍ରମୁଖ ଉକ୍ତ ମଣ୍ଡଳୀରେ ଏସଟିଏଫକୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହିତ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ସମ୍ପର୍କରେ ବଡଚଣା ବିଧାୟକଙ୍କୁ ପଚାରିବାକୁ ଚଳିତବର୍ଷ ନିର୍ବାଚନୀ ବର୍ଷ ହୋଇଥିବାରୁ ରାଜନୈତିକ ଫାଇଦା ହାସଲ କରିବା ପାଇଁ ବିରୋଧୀ ଏପରି ଅଭିଯୋଗ ଆଣୁଛନ୍ତି । କେବଳ ଗଣମାଧ୍ୟମରେ ନିଜର ପ୍ରଚାର ପ୍ରସାର କରିବା ପାଇଁ ସେମାନେ ଏପରି କରୁଛନ୍ତି ବୋଲି ମତ ଦେଇଛନ୍ତି । ଏଭଳି ବେଆଇନ୍ କାର୍ଯ୍ୟରେ ମୋର କୈଣସି ସମ୍ପୃକ୍ତି ନାହିଁ, ଏସଟିଏଫ ଯେଉଁ ତଦନ୍ତ କରିବ ତାକୁ ମୁଁ ସ୍ୱାଗତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top