ଟିଟିଲାଗଡ଼ ସବ ଡିଭିଜନରେ ଯକ୍ଷ୍ମା ରୋଗୀ ହଟହଟା, ଜଣଙ୍କର ଶୋଚନୀୟ ମୃତ୍ୟୁ

ଟିଟିଲାଗଡ଼ ୧୬ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିବି ବା ମାରାତ୍ମକ ଯକ୍ଷ୍ମା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ଓ ବିପୁଳ ଅର୍ଥ ବ୍ୟୟ ବରାଦ କରିବା ସହ ସମସ୍ତ ସେବା ମାଗଣାରେ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ଟିଟିଲାଗଡ ସହର ରହାଟପଦା ପାଦ ର ବୁଲୁ ଆଡ଼ଯୁଅଟେ ନାମକ ସତେଇଶ ବର୍ଷୀୟ ଯୁବକ ର ଯକ୍ଷ୍ମା ଆକ୍ରାନ୍ତ ହୋଇ ଶୋଚନୀୟ ମୃତୁ ଘଟିଛି। ଉକ୍ତ ଯୁବକ ଔଷଧ ଖାଉଥିବା ବେଳେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଝଡା ଫୁଙ୍କାର ଆଶ୍ରୟ ନେଇ ଔଷଧ ବନ୍ଦ କରି ମୃତ୍ୟୁ ବରଣ କରିଛି। ପ୍ରକାଶ ଯେ ସ୍ଥାନୀୟ ଡାକ୍ତରଖାନାରେ ଏହି ଆକ୍ରାନ୍ତଙ୍କୁ ଏକ୍ସରେ ମାଗଣାରେ କରି ମାଗଣା ଔଷଧ ଦେବା ବଦଳରେ ଏଠାକାର ଏକ୍ସରେ ଦୀର୍ଘ ପ୍ରାୟ ଦୁଇ ବର୍ଷ ହେବ ବନ୍ଦ ପଡିଛି। ଆଖ ପାଖ ଓ ଦୂରଦୂରାନ୍ତରୁ ଗରିବ ଶ୍ରେଣୀୟ ଲୋକ ଆସି ବାଧ୍ୟ ହୋଇ ଡାକ୍ତର ପରାମର୍ଶ କ୍ରମେ ଦୁଇଶହ ପଚାଶ ରୁ ତିନିଶହ ଟଙ୍କା ଖର୍ଚ କରି ଏକ୍ସରେ ଘରୋଇ କେନ୍ଦ୍ର ରେ କରିବାକୁ ବାଧ୍ୟ ହୋଇଥାନ୍ତି। ଏପରିକି ଅନେକ ଡାକ୍ତର ଙ୍କ ପରାମର୍ଶ ସତ୍ୱେ ଅର୍ଥାଭାବରୁ ଏକ୍ସରେ କରି ନ ପାରି ଫେରି ଯାଇଥାନ୍ତି। ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଗରିବ ଶ୍ରେଣୀ ର ତଥା ଏହି ମାରାତ୍ମକ ରୋଗ ର ନିରୂପଣ ପାଇଁ ତୁରନ୍ତ ଏହି ଏକ୍ସରେ କାର୍ଯ୍ୟକ୍ଷମ କାର୍ଜିବାକୁ ଓ ସଚେତନତା ମୂଳକ ପଦକ୍ଷେପ ପ୍ରଶାସନ ତୁରନ୍ତ ନେବା ପାଇଁ ଦାବି ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *