ଟିଟିଲାଗଡ଼ର ପୁଞ୍ଜିଲାଲ କଳାକାରନାମାର ଗୁମର ନେଇ ତଦନ୍ତ ଦାବି: ନିଲମ୍ବନ ପରେ ପୁନଃ ଯୋଗଦାନ, ରହସ୍ୟ କଣ ?

ଟିଟିଲାଗଡ଼ ୮ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ବ୍ୟାପକ ଦୁର୍ନୀତି ନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରାଯାଇଥିଲା। ତେବେ ଇତି ମଧ୍ୟରେ କେତେକ ଜାଲିଆତିର ଗୁମର ଖୋଲି ଯାଇ ତାଙ୍କୁ ନିଲମ୍ବନ କରାଯାଇଥିଲା। ବ୍ୟାପକ ଦୁର୍ନୀତି ଓ ପି ସି କାରବାର କରି ଅପର୍ଯ୍ୟାପ୍ତ ଟଙ୍କାର ମାଲିକ ସାଜିଥିବା ଏହି ବାବୁ ନିଲମ୍ବନ ପରେ ମାତ୍ର ପନ୍ଦର ଦିନ ପରେ ପୁନଃକାର୍ଯ୍ୟରେ ଯୋଗ ଦେବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପ୍ରକାଶ ଯେ ଏହି ଅଧିକାରୀ ଉଚ୍ଚ ଶାସକ ଦଳର ନେତାଙ୍କ ହାତବାରିସୀ ଓ ପ୍ରିୟାପ୍ରୀତୀ କରି କେଉଁ ଶକ୍ତି ବଳରେ ନିଲମ୍ବନକୁ କିପରି କେଉଁ ଆଇନ ବଳରେ କଣ କରି କାର୍ଯ୍ୟରେ ଯୋଗ ଦାନ କଲେ ଏହା ତାଙ୍କ ବିଚକ୍ଷଣ ବୁଦ୍ଧି ବୋଲି ପୁଂଜିଲାଲ ବୋଲି ସାଧାରଣରେ ଆଲୋଚନା ହେଉଛି। ଜଣେ କିରାଣୀ ହୋଇ ଇ.ଓ ପଦବୀରେ ରହି ସ୍ଥାନୀୟ ପୌର ପରିଷଦ ଗୋଟେ ନିର୍ମାଣଠୁ ନୂତନ ଲାଇଟ ଡଷ୍ଟବିନ କିଣାରେ ଓ ଉନ୍ନତି ମୂଳକ କାଗଜ ପତ୍ରରେ ଚାଲିବା ନେଇ ତୁରନ୍ତ ଉଚ୍ଚ ଶାସନ ସଚିବ ପଦକ୍ଷେପ ନେବା ଓ ନିଲମ୍ବନ ଆଦେଶର କାର୍ଯ୍ୟକାରୀ ନେଇ ଉପଯୁକ୍ତ କାଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ସନ୍ତୋଷ ବେହେରା ନାମକ ଇ ଓ ବଲାଙ୍ଗୀର ପୌର ପରିଷଦ ଦାଇତ୍ୱରେ ଥିବା ବେଳେ ଜାଲ କାଗଜ ପତ୍ର ବଳରେ ଏକ ଦୋକାନ ଗୃହର ଟେଣ୍ଡର କରି ଥିବା ଓ ଅନେକ ଟଙ୍କା ଆସବାବ କିଣା ଦୁର୍ନୀତି ନେଇ ଅଭିଯୋଗ ପ୍ରମାଣ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା ହେଲେ ମାତ୍ର ପନ୍ଦର ଦିନ ପରେ ପୁନଃକାର୍ଯ୍ୟ ରେ କିପରି ଯୋଗ ଦେଲେ ସେ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ସେହିପରି ପରିମଳ ଓ ଉନ୍ନତି ମୂଳକ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହେଉଛି। ଉକ୍ତ ଅଧିକାରୀଙ୍କୁ ସାଧାରଣ ପୁଂଜିଲାଲ ଭାବେ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *