ଟିଟିଲାଗଡ ସବ ଡ଼ିଭିସିଓନାଲ ସରକାରୀ ଡାକ୍ତରଖାନା ରୋଗୀଙ୍କ ଗୁହାରି ଶୁଣିବ କିଏ ?

ଟିଟଲାଗଡ଼ ୧୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ସରକାରୀ ସବଡ଼ିଭିସିଓନାଲ ଡାକ୍ତରଖାନାରେ ଅଖାପାଖର ସମସ୍ତ ଗ୍ରାମାଞ୍ଚଳ ଓ କଣ୍ଟାବାଞ୍ଜି, ତୁରକେଲା, ସିନ୍ଧେକେଲା, ସଇଁତଳା, ବଂଗୋମୁଂଡା, ପଡୋଶୀ କଳାହାଣ୍ଡିର ଅନେକ ଗ୍ରାମର ଆଦିବାସୀ ସରଳ ଗରିବ ଅଧିବାସୀ ନିର୍ଭର କରିଥାନ୍ତି। ହେଲେ ଦୁଃଖ ଓ ପରୀତାପର ବିଷୟ ଏହି ଡାକ୍ତରଖାନାର ଅସ୍ଥିସଲ୍ୟ, ଅସ୍ତ୍ରୋପଚାରର, ତଥା ଇ.ଏନ.ଟି, ମାନସିକ ରୋଗ ଏବଂ ଅନେକ ଗୁଡିଏ ଗୁରୁତ୍ତ୍ୱପୁର୍ଣ୍ଣ ପଦ ପଦବୀମାନ ଖାଲି ପଡିଛି। ଏପରିକି ସାମାନ୍ୟ ଏକ୍ସରେ ପାଇଁ ଲୋକେ ବାହାରେ ଘରୋଇ କ୍ଲିନିକ ଉପରେ ନିର୍ଭର କରି ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଦୈନିକ ସହ ସହ ଲୋକ ଆସି ଅବ୍ୟବସ୍ଥା ପାଇଁ ଓ ଚିକିତ୍ସା ନ ପାଇ ଧାର କରଜ କରି ଦୂରାନ୍ତକୁ ଯାଇ ଦୁର୍ଦଶାର ଶିକାର ହେବାସାର ହେଉଛି। ହେଲେ ଏ ନେଇ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତୃବୃନ୍ଦ ଆନ୍ଦୋଳନ ପାଇଁ ଧମକ ଦେଉଥିବା ବେଳେ କୌଣସି ସୁଫଳ ମିଳୁନି। ବିଗତ ଦିନରେ ମଦର ଟେରେସା ସମିତି ନାମ୍ନୀ ଏକ ସ୍ବେଛାସେବୀ ସଂଘ ଅନେକଦିନ ଧାରଣାରେ ବସି ଚାପ ର ବଶବର୍ତ୍ତୀ ହୋଇ ଧାରଣା ପ୍ରତ୍ୟାହୃତ କରିଥିଲା। ତେବେ ଏଠାକାର ସମସ୍ୟା ନେଇ ସବୁ ବର୍ଗ ନିରବ ରହିବା ଯୋଗୁଁ ଜନ ଅସନ୍ତୋଷ ବଢିଚାଲିଥିଲେ ବି ସ୍ଥାନୀୟ ବିଧାୟିକା ଓ ସରକାରୀ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସାଧାରଣ ସର୍ବନିମ୍ନ ସ୍ୱାସ୍ଥ୍ୟସେବାରୁ ବଂଚିତ ହୋଇ ଆସୁଛନ୍ତି। ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଅନୁନତ ଅଂଚଳରେ କିପରି ସାଧାରଣ ସ୍ଵାସ୍ଥ୍ୟ ସେବା ମିଳିବ ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *