ଟିଟିଲାଗଡ ଯୋଗାଣ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ପିଅନ ହାତରେ ବିଭାଗ

ଟିଟିଲାଗଡ ୧-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ସବଡିଭିଜନ ଯୋଗାଣ ବିଭାଗ ତରଫରୁ ମାସ ମାସ ଧରି ବିଭିନ୍ନ ଗ୍ରାମ ପଂଚାୟତ ଗୁଡିକରେ ସରକାରୀ ଚାଉଳ ବଣ୍ଟନ ନ କରାଯିବା ଓ ଅନେକ ଗ୍ରାମ ତଥା ପଂଚାୟତରେ ସମସ୍ତ ଚାଉଳ ହଡପ କାରାଯାଇଥିବା ଅଭିଯୋଗ ହୋଇଛି। ପ୍ରତି ମାସରେ ଚାଉଳ ବଣ୍ଟନ ନ କରି ନିଜ ମନ ଇଛା ମାସେ ଦୁଇ ମାସ ଦେଇ ମାସ ମାସ ର ଚାଉଳ ଖୋଲାଖୋଲି ହଡପ କରି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାଲାମାଲ ହେବା ଅଭିଯୋଗ ହେଉଛି। ସରକାରଙ୍କ ଠାରୁ ନ ଆସିବା ଓ ପର ମାସରେ ଦିଆଯିବ କହି ଉକ୍ତ ଚାଉଳ ହଡପ କରାଯିବ ଅଭିଯୋଗ ସାଧାରଣ କଲେ ବି ସୁଫଳ ପାଉନାହାନ୍ତି। ସ୍ଥାନୀୟ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଜଣେ ପିଅନ ସମସ୍ତ ଦାଇତ୍ୱ ତୁଲାଇଥାନ୍ତି। ଯୋଗାଣ ବିଭାଗ ଅଧିକାରୀ ଉକ୍ତ ପିଅନ ବିନା କିଛି କରି ନ ଥାନ୍ତି ଏପରିକି ଗୁରୁତ୍ୱପୂର୍ଣ କାଗଜ ପତ୍ର ସବୁ ସେ ନିଜେ ତଦାରଖ ନ କରି ତାଙ୍କୁ ଦାଇତ୍ୱ ପ୍ରଦାନ କରିଥାନ୍ତି। ସ୍ଥାନୀୟ ଏମ ଏଲ ଏ ଙ୍କୁ ହାତ କରି ଏ ପିଅନ ସର୍ବେସର୍ବା ହୋଇ ଲକ୍ଷପତି ଯାଇପାରିଥିବା ବେଳେ ଦୁର୍ନୀତି ଚରମ ସୀମାରେ ପହଁଚିଛି ବୋଲି ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *