କେନ୍ଦୁଝର

ଟିକିରା ବିଦ୍ୟୁତ ଗ୍ରୀଡ ଉଦ୍ଘାଟନ କଲେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ

କେନ୍ଦୁଝର, ୨୦ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଢ଼େଙ୍କିକୋଟ ଟିକିରାଠାରେ ସ୍ଥାପିତ ନବନିର୍ମିତ ୧୩୨/୩୩ ବିଦ୍ୟୁତ ଗ୍ରୀଡକୁ ଆଜି ଅପରାହ୍ନରେ ମୁଖ୍ୟ ଅତିଥି ରାଜ୍ୟ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଉଦ୍ଘାଟନ କରିଛନ୍ତି। ଏହି ଗ୍ରୀଡ ସ୍ଥାପନ ଦ୍ୱାରା ଘଟଗାଁ, ପାଟଣା ଓ ହରିଚନ୍ଦନପୁର ବ୍ଲକ ଅଞ୍ଚଳବାସୀଙ୍କୁ ଉନ୍ନତମାନର ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦିଆଯାଇପାରିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିବା ସହ ରାଜ୍ୟରେ ଶିକ୍ଷା, ପାନୀୟ ଜଳ, ବିଦ୍ୟୁତକରଣ, ଗମନାଗମନ ସର୍ବୋପରି ବିକାଶ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବାରୁ ସବୁ ବର୍ଗର ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିପାରିଛି ବୋଲି ମତବ୍ୟକ୍ତ କରିଛନ୍ତି। ବରେଣ୍ୟ ଅତିଥି ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦି୍ରନାରାୟଣ ପାତ୍ର ତାଙ୍କ ବକ୍ତବ୍ୟରେ ନବୀନଙ୍କୁ ବିକାଶ ପୁରୁଷ ବୋଲି ବର୍ଣ୍ଣନା କରିବା ସହ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ସରକାର ଯୋଜନା ଖଞ୍ଜି ଦେଇଥିବା ମତ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଷିକେଶ ନାଏକ, ସଦର ବିଧାୟକ ଅଭିରାମ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା, ଘଟଗାଁ ବ୍ଲକ ଅଧ୍ୟକ୍ଷା ଦ୍ରୌପଦୀ ଦଣ୍ଡପାଟ, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ, ଢ଼େଙ୍କିକୋଟ ସରପଞ୍ଚ ଗୌରୀ ବାରିକ, ପୂର୍ବତନ ସାଂସଦ ଉପେନ୍ଦ୍ର ନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଜିଲ୍ଲା ବିଜୁ ଜନତା ଦଳ ସଭାପତି ଆଶିଷ ଚକ୍ରବର୍ତ୍ତୀ ଓ ସଞ୍ଜୟ ମିଶ୍ରଙ୍କ ସଂଯୋଜନାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନ ପର୍ବରେ ଓପିଟିସିଏଲ, ନେସ୍କୋ ଅଧିକାରୀଗଣ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top