କୋରାପୁଟ

ଟିକରପଡା ଓ ଦେବତାହଞର ଗ୍ରାମବାସୀଙ୍କ ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗାଇବାକୁ ନେଇ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୩-୦୩-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନାଠାରେ ଜିଲ୍ଲାପରିଷଦ ବୈଠକ ଚାଲିଥିବା ବେଳେ ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡା ଓ ଦେବତାହଞର ଗ୍ରାମର ଶତାଧିକ ଗ୍ରାମବାସୀ ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗାଇଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସଭାଗୃହରୁ ତତକ୍ଷଣାତ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି, ସାଂସଦ ଜିନ୍ନ ହିକକା, ବିଧାୟକ ତାରା ପ୍ରସାଦ ବାହିନିପତି, କୃଷ୍ଣଚନ୍ଦ୍ର ସଗରିଆ, କୈଳାସ କୁଲେସିକା ଓ ପ୍ରଫୁଲ୍ଲ ପାଙ୍ଗୀ, ଏବଂ ଜିଲ୍ଲାପରିଷଦ ଉପସଭାନେତ୍ରୀ ତୁଲସି କ୍ରୀସାନି ଉଠିଆସି ଦାବି ଶୁଣିଥିଲେ। ବାରମ୍ଭାର ଜଣେଇବା ସତ୍ୱେ ମଧ୍ୟ ଲୋକମାନେ ଅନ୍ଧାରରେ ରହୁଛନ୍ତି ତୁରନ୍ତ ଟ୍ରାନ୍ସଫର୍ମର ଲଗାଇ ନଚେତ ମୁଁ ବାଧ୍ୟ ହୋଇ ଆନ୍ଦୋଳନ କରିବି ବୋଲି କୋରାପୁଟ ବିଧାୟକ ଶ୍ରୀ ସଗରିଆ ଚେତାବନୀ ଦେଇଥିଲେ। ଦେବତାହଞର ଗ୍ରାମର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ମଧୁ କିସ୍ରାନି ମଧ୍ୟ ଦାବି କରିବାକୁ ଆସିଥିବାର ନଜର କରାଯାଇଥିଲା।ଉକ୍ତ ୨ ଟି ଗ୍ରାମକୁ ଯାଇ ପରିସ୍ଥିତି ସଂପର୍କରେ ଅବଗତ ହୋଇ ସମାଧାନ କରିବାକୁ ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରାଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଟିକରପଡା ଗ୍ରାମରେ ଆଜିକୁ ୧୮ ମାସ ହେଲାଣି ଟ୍ରାନ୍ସଫର୍ମର ପୋଡିଯିବାରୁ ଗ୍ରାମବାସୀ ଅନ୍ଧକାରରେ ରହି ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଟିକରପଡା ସରପଂଚ ଧନୁର୍ଜୟ ବଡନାୟକ ଅଭିଯୋଗ କରିଥିଲେ।ସେହିପରି ଦେବତାହଞରରେ ୪ ମାସ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ମଦ୍ୟ ପୋଡି ହୋଇଯାଇଥିବା ସେ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top