ଟିଉସନକୁ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ନିଛାଟିଆ ଜଙ୍ଗଲରେ ୧୪ ବର୍ଷ ନାବାଳିକାସହ ଦୁଷ୍କର୍ମ କଲେ ତିର୍ତ୍ତୋଲ ଥାନାରେ ଅଭିଯୋଗ

ତିର୍ତ୍ତୋଲ୨୮/୪ (ଓଡ଼ିଆ ପୁଅ/ଟୁକନ ସେଠୀ)- ଜିଲ୍ଲା ତଥା ରାଜ୍ୟରେ ନାବାଳିକା ପ୍ରତି ଦୁଷ୍କର୍ମ ବଢ଼ି ଚାଲିଲାଣି। ଉଚ୍ଚନ୍ୟାୟଳୟ ସେଥିପାଇଁ କଠୋର ଦଣ୍ଡବିଧାନ କଲେମଧ୍ୟ ପାଶବିକତା ଗ୍ରାସକରୁଥିବା ମାନସିକ ବିକୃତ ଯୁବକମାନଙ୍କୁ କୌଣସି ଫରକ ପଡ଼ୁନଥିବା ଦେଖିବାକୁ ମିଳିଛି। ନାବାଳିକା ଦୁଷ୍କର୍ମ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜନସାଧାରଣ ଏଥିପ୍ରତି ଆଦୌଁ ସଚେତନତା ହେଉନଥିବା ପୋଲିସ୍ ପ୍ରକାଶ କରିଛି। ଏହି କିଛିଦିନ ହେବ ଜଗତସିଂହପୁର ଜିଲ୍ଲା ଓ ତିର୍ତ୍ତୋଲ ଥାନା ଅଧିନରେ ନାବାଳିକା ଦୁଷ୍ମର୍ମ ଥମିବାରେ ନାଅାଁ ଧରୁନାହିଁ। ଏହି ଘଟଣା ଶିକାର ହୋଇଛନ୍ତି ତିର୍ତ୍ତୋଲ ଥାନା କନିମୂଳ ପଞ୍ଚାୟତ ଭଁସର ଗ୍ରାମର ଏକ ନାବାଳିକା। ଘଟଣା ମୁତାବକ ପ୍ରତ୍ୟେକଦିନ ଭଳି ଗତକାଲି ୪.୩୦ ମିନିଟ୍ ସମୟରେ ଭଁସର ଗ୍ରାମର ନାବାଳିକା (୧୪)ବର୍ଷ ନିଜ ସାଇକେଲ ଯୋଗେ କୋଲ୍ଟା ଗ୍ରାମକୁ ଟିଉସନ ହେବାକୁ ଯାଉଥିବାବେଳେ ୩ଜଣ ଦୁବୃତ୍ତ ଅଢ଼ଙ୍ଗାଇ ମଠ ନିକଟ ନିଛାଟିଆ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କରିଥିବା ନେଇ କୃଷ୍ଣାନନ୍ଦପୁର ଫାଣ୍ଡିରେ ବିଳମ୍ବିତ ରାତିରେ ନାବାଳିକା ଓ ତାଙ୍କ ପରିବାର ଲୋକେ କୋଲ୍ଟାଗ୍ରାମର ପ୍ରଭାକର ଦାସଙ୍କ ପୁଅ ଆଲୋକ ଦାସ(୧୫), ସେହି ଗ୍ରାମର ଗଗନ ବେହେରାଙ୍କ ପୁଅ ଚନ୍ଦ୍ରମଣି ବେହେରା(୨୧) ଓ ରଘୁନାଥପୁର ଥାନା ତଅଁରାର ରଶ୍ମି ରଞ୍ଜନ ଦାସ(୨୦)ଙ୍କ ନାମରେ ଅଭିଯୋଗ କରିଥଲେ। କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଅନିରୁଧ ରାଉତ ଅଭିଯୁକ୍ତମାନଙ୍କୁ ସେହି ରାତିରେ କାବୁ କରିବାକୁ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ରଶ୍ମି ରଞ୍ଜନ ଦାସ ନିଜ ମାମୁଁଘର କୋଲ୍ଟାର ଶ୍ରୀରାମ ଦାସଙ୍କ ଘରେ ରହୁଥିବାବେଳେ ଅନ୍ୟ ଆଭିଯୁକ୍ତମାନେ ଗ୍ରାମରୁ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ଧରାପଡ଼ିଯାେଇଥିଲେ। ଅଭିଯୁକ୍ତମାନଙ୍କୁ ଆଜି ସକାଳେ ତିର୍ତ୍ତୋଲ ଥାନାକୁ ଅଣାଯାଇଥିଲା। ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଜି ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ଅଭିଯୁକ୍ତମାନଙ୍କ ନାମରେ ତିର୍ତ୍ତୋଲ ଥାନାରେ ୧୦୬/୧୮ ମାମଲା ରୁଜୁ କରାଯାଇ ତିର୍ତ୍ତୋଲ ଏସ.ଡ଼ି.ପି.ଓ ଶିବ ଚରଣ ମଲ୍ଲିକ ଓ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଅନିରୁଧ ରାଉତ ଅଧିକ ତଦନ୍ତ ଚଳାଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *