ଟାଟା ଷ୍ଟିଲ ତରଫରୁ ଯୋଡା ଠାରେ ପ୍ରଥମ “ଗୋଷ୍ଠୀ ଶିକ୍ଷା ସଂଶାଧନ କେନ୍ଦ୍ର” ଉଦଘାଟିତ

ଯୋଡା ୩୧/୩ (ଓଡିଆ ପୁଅ/ ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ “୧୦୦୦ ବିଦ୍ୟାଳୟ ପ୍ରକଳ୍ପ” ପୃଷ୍ଠପୋଷକତାରେ ଯୋଡା ମୁନିସିପାଲିଟିର କୁନ୍ଦୁରୁନାଲା ସାମୁଦାୟିକ ଭବନ ଠାରେ ଯୋଡାର ପ୍ରଥମ ଗୋଷ୍ଠୀ ଶିକ୍ଷା ସଂଶାଧନ କେନ୍ଦ୍ର ମାର୍ଚ୍ଚ ୩୦, ୨୦୧୮ ତାରିଖ ଦିନ ଉଦଘାଟନ କରାଯାଇଛି। ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଦୃଷ୍ଟି ଦେଇ ଅଂଚଳର ସମସ୍ତ ଇଚ୍ଛୁକ ଏବଂ ମହତ୍ତ୍ୱାକାଂକ୍ଷୀ ଯୁବ ବର୍ଗକୁ ଶିଖିବାର ଏକ ମଂଚ ପ୍ରଦାନ କରିବାର ମହତ ଉଦ୍ଦେଶ୍ୟ ନେଇ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ସମ୍ପୁର୍ଣ ରୂପେ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ ନ ହେବା ପର୍ଯ୍ୟନ୍ତ, ଟାଟା ଷ୍ଟିଲ ଦ୍ୱାରା ନିୟୋଜିତ ବେସରକାରୀ ସଂସ୍ଥା ଆସ୍ପାୟାରକୁ ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ଅର୍ପଣ କରାଯାଇଛି।

ଶିକ୍ଷା ଯୋଜନା ଏବଂ ପ୍ରଶାସନ (ଏନ ୟୁପିଏ), ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ, ନୂଆ ଦିଲ୍ଲୀର ପୂର୍ବତନ ଉପ କୂଳପତି ପ୍ରଫେସର ଆର ଗୋବିନ୍ଦ ଏବଂ ଜାତୀୟ ସ୍ତରୀୟ ପ୍ରାଥମିକ ଶିକ୍ଷାର ବିଶେଷଜ୍ଞ ଶ୍ରୀମତି ଅମିତା ଗୋବିନ୍ଦ ଙ୍କ କର କମଳରେ ଏହି କେନ୍ଦ୍ରଟି ଉଦଘାଟିତ ହୋଇଯାଇଛି।

ଟାଟା ଷ୍ଟିଲ ତରଫରୁ ଏହି କେନ୍ଦ୍ରକୁ ୧୨ଟି କମ୍ପ୍ୟୁଟର (୭ଟି ଡେସ୍କଟପ, ୫ଟି ଲାପଟପ ), ଗୋଟିଇ ପ୍ରିଣ୍ଟର କମ ସ୍କାନର, ଗୋଟିଏ ପ୍ରୋଜେକ୍ଟର, କିଛି ବହି ଏବଂ ଇଣ୍ଟରନେଟ ସେବା ପ୍ରଦାନ କରାଯାଇଛି। ଏହି କେନ୍ଦ୍ରିଟିକୁ ପୂର୍ଣମାତ୍ରାରେ ଗୋଷ୍ଠୀ ଦ୍ୱାରା ପରିଚାଳିତ କରିବା ନିମନ୍ତେ ଏକ ଗ୍ରାମ୍ୟ ସମିତି ଗଠନ କରାଯାଇଛି, ଯାହାକି ଏହାର ନିତିଦିନ କାର୍ଯ୍ୟର ତଦାରଖ କରିବ। ଏହି କେନ୍ଦ୍ର ଦ୍ୱାରା ୬-୧୮ ବର୍ଷ ମଧ୍ୟରେ ଥିବା ଛାତ୍ର ଛାତ୍ରୀ ତଥା ଯୁବା ବର୍ଗ ମାନଙ୍କୁ ଶୈକ୍ଷିକ ଆବଶ୍ୟକତା ପୂରଣ କରିବା ଦିଗରେ ମହତ୍ତ୍ୱପୂର୍ଣ ଭୁମିକା ନିର୍ବାହ କରିବ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ସିଏସଆର ଶିକ୍ଷା ବିଭାଗର ମୁଖ୍ୟ ଶୀମତି ସ୍ମିତା ଅଗ୍ରଓାଲ, ଟିଏସଆରଡିଏସ ଯୋଡା ମୁଖ୍ୟ ଶ୍ରୀ ତନ୍ମୟ କର, ଟାଟା ସ୍ପଞ ସିଏସଆର ମୁଖ୍ୟ ଶ୍ରୀ ସତ୍ୟନାରାୟଣ ନନ୍ଦ, ଯୋଡା ମ୍ୟୁନିସିପାଲିଟିର କାଉନସିଲର ଶ୍ରୀ ଜିତେନ୍ଦ୍ର ଜୟସ୍ୱାଲ, ଶ୍ରୀ ଶ୍ରୀକାନ୍ତ ସାାମନ୍ତ, ଶ୍ରୀମତି ରୀନା ମୁଣ୍ଡା ଏବଂ କୁନ୍ଦୁରୁନାଳାର ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ସ୍ଥାପନ ହୋଇ ପାରିଥିବାରୁ ଏହି ଅଂଚଳର ବହୁ ଇଚ୍ଛୁକ ଯୁବକ ଯୁବତୀ ତଥା ଛାତ୍ର ଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ସୁଯୋଗ ପାଇ ପାରିବା ସହିତ ଉପକୃତ ହୋଇ ପାରିବେ ବୋଲି କୁନ୍ଦୁରୁନାଳାବାସୀ ଆଶାବ୍ୟକ୍ତ କରିବା ସହିତ ଟାଟା ଷ୍ଟିଲକୁ ଧନ୍ୟବାଦ ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *