ଓଡ଼ିଶା

ଟାଟା ଷ୍ଟିଲ ତରଫରୁ ଯୋଡା ଠାରେ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପାଳିତ

ଯୋଡା- ତା ୧୬/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଯୋଡା ପଶ୍ଚିମ ଅଡିଟୋରିୟମ ଠାରେ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ମହା ଆଡମ୍ବର ସହାକାରେ ପାଳନ କରାଯାଇଛି । ଏହି ଅବସରରେ ଉକ୍ରଳୀୟ ମହାନ ସଂସ୍କୃତି, କଳା, ଐତିହ୍ୟ ସମ୍ପର୍କିତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ସଭାଟିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମନିଷ ମିଶ୍ର (ମୁଖ୍ୟ ପ୍ରବନ୍ଧକ, ଟାଟା ଷ୍ଟିଲ ଓ.ଏମ୍.କୁ୍ୟ ଡିଭିଜନ) ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀ ଭୁବନାନ୍ଦ ତ୍ରିପାଠୀ (ଅବସରପ୍ରାପ୍ତ ମହାପ୍ରବନ୍ଧକ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗ, ସେଲ (ବଲାଣୀ) ଯୋଗଦେଇ ମହା ବିଷୁବ ସଂକ୍ରାନ୍ତି ଓ ଓଡିଆ ଗୌରବ ଗାଥା ଓ ସଂସ୍କୃତି ବିଷୟରେ ସ୍ମୃତିଚାରଣ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଦେବାଶିଷ ଜେନା, ଯୋଡା ମୁଖ୍ୟ, ଟାଟା ଷ୍ଟିଲ, ମାନବ ସମ୍ବଳ ବିଭାଗ ଯୋଡା ମୁଖ୍ୟ ଶ୍ରୀ ଅଭୟ କୁଜୁର ଏବଂ ଟାଟା ଷ୍ଟିଲର ଜେସିଓ ଏବଂ ଖଣ୍ଡବନ୍ଧ ୟୁନିୟନର ଶ୍ରୀ ହରେକୃଷ୍ଣ ନାଏକ, ଶ୍ରୀ ଏସ.ପି ସ୍ୱାଇଁ, ଶ୍ରୀ ବି.କେ. ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କୁନି କୁନି ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କୁ ବେଲ ପଣା ପରସା ଯାଇ ପଣା ସଂକ୍ରାନ୍ତିର ଏହି ଦିବସକଟୁ ମଧ୍ୟ ପାଳନ କରାଯାଇଥିଲା । ଏହି ଉତ୍ସବଟିକୁ ସଂଯୋଜନା କରିବାରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଓ ଜେସିଓର କର୍ମଚାରୀମାନେ ସହଯୋଗ କରିଥିଲେ । ସେହିପରି ଯୋଡାର କାଉନସିଲର ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top