ଟାଟା ଷ୍ଟିଲ ତରଫରୁ ଯୋଡାଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଯୋଡା, ୭, ୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଯୋଡା ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆଜି ପାଳିତ ହୋଇଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଦିଆଯାଇଥିବା ଆହ୍ୱାନ “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ସବୁ ଜାଗାରେ”, ଏହି ବାର୍ତ୍ତା ନେଇ ଉକ୍ତ ଦିବସଟିକୁ ପାଳନ କରାଯାଇଛି ।ଏହି ଅବସରରେ ଭାଲି କ୍ଲବ ଠାରୁ ଯୋଡା ଡାକ୍ତରଖାନା ପର୍ଯ୍ୟନ୍ତ ଏକ ରାଲି ଏବଂ ଯୋଡା ପଶ୍ଚିମ ଅଡିଟୋରିୟମ ଠାରେ ଏକ ଯୋଗ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା ।ଏହି ରାଲିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଟାଟା ଷ୍ଟିଲ ଯୋଡା ଡାକ୍ତରଖାନାର ଡାକ୍ତର, ନର୍ସ ଓ ଜେ.ସି.ଓର ୟୁନିଅନର ଅଧିକାରୀ ଅଂଶଗ୍ରହଣ କରିଥିଲେ । ସେହିପରି ବିଛାକୁଣ୍ଡି ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ୧୩୬ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ଦରକାର ମୁତାବାକ ମାଗଣା ଔଷଧ ମଧ୍ୟ ସେମାନଙ୍କୁ ଦିଆଯାଇଥିଲା । ଏହି ଶିବିରରେ ଟାଟା ଷ୍ଟିଲ ଯୋଡା ଡାକ୍ତରଖାନାର ମୁଖ୍ୟ ଚିକିିତ୍ସାଧିକାରୀ ଡ. ଏ. କେ.ରାୟ , ମାଙ୍ଗାନିଜ ଗ୍ରୁପ ଅଫ ମାଇନ୍ସର ହେଡ ଶ୍ରୀ ଅମିତ ଦୁବେ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା,ଯୋଡା ମୁଖ୍ୟ ଶ୍ରୀ ତନ୍ମୟ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *