ଓଡ଼ିଶା

ଟାଟା ଷ୍ଟିଲ ତରଫରୁ କୌଶଳ ପ୍ରାପ୍ତ ଯୁବକ ଓ ଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ

ଯୋଡ଼ା (୯/୧୧) (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଯୋଡା ପଶ୍ଚିମ ଠାରେ ଥିବା କୌଶଳ ବିକାଶ କେନ୍ଦ୍ରରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଆଜି ଏକ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲର ଯୋଡା ମୁଖ୍ୟ ଶ୍ରୀ ରାଜେଶ କୁମାର ଯୋଗ ଦେଇ ସମସ୍ତଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏପ୍ରିଲ ରୁ ସେପ୍ଟେମ୍ବର ୨୦୧୮ ମଧ୍ୟରେ ଚାଲୁଥିବା ଚଳିତ ଅଧିବେଶନର ୫୯ ଜଣ କୋର୍ସ ସମାପ୍ତ କରିଥିବା ସମସ୍ତ ଛାତ୍ର ଓ ଛାତ୍ରୀ ମାନେ ଏହି ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ୫୯ଜଣଙ୍କ ମଧ୍ୟରୁ ୫୫ ଜଣ କମ୍ପ୍ୟୁଟର କୋର୍ସ ଓ ୪ ଜଣ ସ୍ପୋକେନ ଇଂଲିସ କୋର୍ସର ବିଦ୍ୟାର୍ଥୀ ଥିଲେ ।

ଏହି ଅବସରରେ ଶ୍ରୀ ରାଜେଶ କୁମାର ସମସ୍ତ ଉତ୍ତୀର୍ଣ୍ଣ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେ ଉକ୍ତ କେନ୍ଦ୍ରର ଶିକ୍ଷକ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର (ଟି.ଏସ.ଆର.ଡି.ଏସ) ସମସ୍ତ କର୍ମଚାରୀଙ୍କର କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ ଏବଂ ଏହି କେନ୍ଦ୍ରକୁ ଏତେ ଦିନ ଧରି ସଫଳତାର ସହ ପରିଚାଳନା କରିଆସିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

ଯୋଡା ତଥା ଏହାର ଆଖ ପାଖ ଅଂଚଳର ଯୁବକ ଓ ଯୁବତୀ ମାନଙ୍କର ସୂଚନା ପ୍ରଯୁକ୍ତି (ଆଇ ଟି) ଏବଂ ସଫ୍ଟ ସ୍କିଲ ବିକାଶ କରିବା ଲକ୍ଷ ନେଇ ଏହି କେନ୍ଦ୍ରଟିକୁ ଟି.ଏସ.ଆର.ଡି.ଏସ ଦ୍ୱାରା ଅଗଷ୍ଟ ୨୦୧୫ ପର ଠାରୁ ସ୍ଥାପନ କରାଯାଇଛି । ଟି.ଏସ.ଆର.ଡି.ଏସ ଏହି କେନ୍ଦ୍ରଟିକୁ ପରିଚାଳନା କରିବା ପାଇଁ ନିଟ୍ (ଏନ.ଆଇ ଆଇ.ଟି) ଫାଉଣ୍ଡେସନ ସହିତ ଚୁକ୍ତି କରିଛି । ୫୦୬ ଜଣ ଯୁବକ ଓ ଯୁବତୀ ଏହି କୌଶଳ ବିକାଶ କେନ୍ଦ୍ରରୁ ସ୍ଥାପନ ହେବା ପର ଠାରୁ ଅଦ୍ୟାବଧି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି । ସେହିପରି ଜୁରୁଡି ଠାରେ ମଧ୍ୟ ଏକ ସମାନ ଧରଣର କୌଶଳ ବିକାଶ କେନ୍ଦ୍ର ଡିସେମ୍ବର ୨୦୧୭ରୁ ଆରମ୍ବ କରାଯାଇଛି ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଟି.ଏସ.ଆର.ଡି.ଏସ ଯୋଡା ମୁଖ୍ୟ ଶ୍ରୀ ତନ୍ମୟ କର, ଟାଟା ଷ୍ଟିଲର ଯୋଡା ପୂର୍ବ ଲୋହ ଖଣିର ସୁରକ୍ଷା ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଅଜୟ ଠାକୁର, ଟାଟା ଷ୍ଟିଲ ଯୋଡା ର କର୍ପୋରେଟ କମ୍ୟୁନିକେସନ ବିଭାଗର ପ୍ରବନ୍ଧକ ଶ୍ରୀ ସୁନିଲ କୁମାର ସାହୁ , ଟି.ଏସ.ଆର.ଡି.ଏସର ଅନ୍ୟ ଅଧିକାରୀ ଏବଂ ନିଟ୍ (ଏନ.ଆଇ ଆଇ.ଟି) ଫାଉଣ୍ଡେସନର ଶିକ୍ଷକମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top