ଓଡ଼ିଶା

ଟାଟା ଷ୍ଟିଲ୍ ତରଫରୁ ଗରୁଡ଼ାଠାରେ ଶିଶୁ ରୋଗ ଚିକିତ୍ସା ଶିବିର ଆୟୋଜିତ

ଯୋଡ଼ା, ସେପ୍ଟେମ୍ବର ୧୩, ୨୦୧୮ : ଟାଟା ଷ୍ଟିଲ୍ ତରଫରୁ ଏହାର ସାମାଜିକ ଦାୟିତ୍ତ୍ୱବୋଧ ବିଭାଗ ଟାଟା ଷ୍ଟିଲ୍ ଗ୍ରାମୀଣ ବିକାଶ ସଂସ୍ଥା (ଟି.ଏସ୍.ଆର.ଡ଼ି.ଏସ୍) ଆନୁକୂଲ୍ୟରେ ଗୁରୁଡ଼ା ଉ.ପ୍ରା. ବିଦ୍ୟାଳୟଠାରେ ସେପ୍ଟେମ୍ବର ୧୨, ୨୦୧୮ ତାରିଖରେ ଏକ ଶିଶୁ ରୋଗ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍ ଡ଼ାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ଡ଼. ସୁଦେଶ୍ନା ଦାଶଗୁପ୍ତା, ଏବଂ ଟି.ଏସ୍.ଆର.ଡ଼ି.ଏସ୍ର ଡ଼. ଅନମୋଲ୍ ଟିଗା, ଉପସ୍ତିତ ରହି ଚିକିତ୍ସା ପ୍ରଦାନ କରିଥିଲେ । ଏହି ଶିବିରରେ ଗୁରୁଡ଼ା ଓ ଖଣ୍ଡବନ୍ଧ ଅଞ୍ଚଳର ୬୧ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଥିଲା । ଏଠାରେ ମା ମାନଙ୍କୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ବିଷୟରେ ସଚେତନ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟି.ଏସ୍.ଆର.ଡ଼ି.ଏସ୍ର ଶ୍ରୀମତି ଜ୍ୟୋସ୍ନା ରାଣୀ ବାରିକ୍, ଶ୍ରୀମତି ସ୍ମିତା ମିଶ୍ର, ଗୋପାଲ ବେହେରା, ବିମ୍ଲା କାରୁଆ, ଶାନ୍ତନୁ ଏବଂ ବୈଭବ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top