ଓଡ଼ିଶା

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଏଭରେଷ୍ଟ ଆରୋହଣ କରିଥିବା ସ୍ୱର୍ଣ୍ଣଲତା ଦଳାଇଙ୍କୁ ସମ୍ବର୍ଦ୍ଧନା

ଯାଜପୁର-୨୦/୬(ଓଡିଆ ପୁଅ/ଏ.ରାଉତ) ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ଜଗଡିହ ଗ୍ରାମର କୁମାରୀ ସ୍ୱର୍ଣ୍ଣଲତା ଦଳାଇଙ୍କୁ ଟାଟା ଷ୍ଟିଲ କଳିଙ୍ଗନଗରପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଟାଟା ଷ୍ଟିଲ କଳିଙ୍ଗନଗରଠାରେ ଆୟୋଜିତ ଏକ ଉତ୍ସବରେ ଟାଟା ଷ୍ଟିଲ କଳିଙ୍ଗନଗରର କର୍ପୋରେଟ୍ ସେବା ବିଭାଗର ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ ମଲ୍ଲିକ, ୟୁଟିଲିଟି ବିଭାଗର ମୁଖ୍ୟ ଶ୍ରୀ ପ୍ରସେନଜିତ ସରକାର ଓ ବୈଜ୍ଞାନିକ ସେବା ବିଭାଗର ମୁଖ୍ୟ ୍ଡକ୍ଟର ସନ୍ଦିପ ଭଟ୍ଟାଚା୍ରର୍ଯ୍ୟ ପ୍ରମୁଖ ସ୍ୱର୍ଣ୍ଣଲତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପର୍ବତାରୋହଣ ଦକ୍ଷତା ପାଇଁ ଅନ୍ୟ ଦୁଇ ପ୍ରତିଭା ଝୁମ୍ପାଣ ଗ୍ରାମର ଦେବାଶିଷ ମହନ୍ତ ଓ କୁମ୍ଭୀରଗାଡ଼ିଆ ଗ୍ରାମର ସତ୍ୟବ୍ରତ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଫଳତା ହାସଲ କରିବାରେ ଏହି ତିନି ଜଣଙ୍କୁ ଟାଟା ଷ୍ଟିଲ୍ କଳିଙ୍ଗନଗର ସହଯୋଗ ପ୍ରଦାନ କରିଥିଲା। ଟାଟା ଷ୍ଟିଲ୍ ସହଯୋଗରେ ସ୍ୱର୍ଣ୍ଣଲତା ଦଳାଇ ଏଭରେଷ୍ଟ୍ ଶୃଙ୍ଗ ଆରୋହଣ କରିବା ପୂର୍ବରୁ ମୋରାଲ୍ ରିଆର୍ମାମେଂଟ୍ କ୍ୟାମ୍ପ୍, ଆଉଟ୍ଡୋର୍ ଲିଡର୍ସିପ୍ କ୍ୟାମ୍ପ୍, ଏଭରେଷ୍ଟ୍ ବେସ୍ କ୍ୟାମ୍ପ୍ ଓ ଆହୁରି କେତେକ ପର୍ବତାରୋହଣ ଶିବିରରେ ଯୋଗ ଦେଇଥିଲେ। ସେହିପରି ଦେବାଶିଷ ମହନ୍ତଙ୍କୁ ମୋରାଲ୍ ରିଆର୍ମାମେଂଟ୍ କ୍ୟାମ୍ପ୍, ଆଉଟ୍ଡୋର୍ ଲିଡର୍ସିପ୍ କ୍ୟାମ୍ପ୍, ଏଚ୍ଏମ୍ଆଇ (ହିମାଳୟାନ୍ ମାଉଣ୍ଟେନିୟରିଂ ଇନଷ୍ଟିଚ୍ୟୁଟ୍), ଦାର୍ଜଲିଂରେରେ ମୌଳିକ ଓ ଉନ୍ନତ ପର୍ବତାରୋହଣ ପାଠ୍ୟକ୍ରମ ଓ ଏଭରେଷ୍ଟ୍ ବେସ୍ କ୍ୟାମ୍ପ୍ ଆରୋହଣ ପାଇଁ ସହାୟତା ପ୍ରଦାନ କରାଯାଇଥିଲା।

ସତ୍ୟବ୍ରତ ଦାସଙ୍କୁ ଟାଟା ଷ୍ଟିଲ୍ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିବାରୁ ସେ ମୋରାଲ୍ ରିଆର୍ମାମେଂଟ୍ କ୍ୟାମ୍ପ୍, ଆଉଟ୍ଡୋର୍ ଲିଡରସିପ୍ କ୍ୟାମ୍ପ୍, ଏଚ୍ଏମ୍ଆଇ (ହିମାଳୟାନ୍ ମାଉଣ୍ଟେନିୟରିଂ ଇନଷ୍ଟିଚ୍ୟୁଟ୍), ଦାର୍ଜଲିଂରେରେ ମୌଳିକ ଓ ଉନ୍ନତ ପର୍ବତାରୋହଣ ପାଠ୍ୟକ୍ରମରେ ଯୋଗ ଦେଇପାରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ମଲ୍ଲିକ କହିଲେ ଯେ, “ସଫଳତାର ସହିତ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ଓ ଓଡ଼ିଶା ତଥା କଳିଙ୍ଗନଗର ପାଇଁ ଗୌରବ ଆଣିଥିବାରୁ ମୁଁ ଟାଟା ଷ୍ଟିଲ୍ ତରଫରୁ ସୁଶ୍ରୀ ସ୍ୱର୍ଣ୍ଣଲତାଙ୍କୁ ଅଭିନନ୍ଦନ ଜଣାଉଛି। ସେ ତାଙ୍କ ଭଳି ବାଳିକାମାନଙ୍କ ପାଇଁ ସଫଳତାର ଉଦାହରଣ ପାଲଟିଛନ୍ତି।’’ ଏହି ଅବସରରେ ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ୍ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ ଆରଡିଏସ୍)ର ଅଧିକାରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top