ଓଡ଼ିଶା

ଟାଟା ଷ୍ଟିଲର ମହିଳା ଏକତା ଦଳ ତରଫରୁ ଯୋଡ଼ା ଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ଯୋଡ଼ା, ଅଗଷ୍ଟ ୨୯,୨୦୧୮ (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲର ମହିଳା ଏକତା ଦଳ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଅଗଷ୍ଟ ୨୯, ୨୦୧୮ ତାରିଖରେ ଏକ ରାଲି ଓ ବନ୍ଧୁତ୍ୱ ଫୁଟବଲ ମ୍ୟାଚ ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲରେ କାର୍ଯ୍ୟରତ ମହିଳା ମାନଙ୍କୁ ନେଇ ଗଠିତ ଏକତା ଦଳ ତରଫରୁ ଏହି ସବୁ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଶ୍ରୀ ରାଜେଶ କୁମାର, ଚିଫ(ଯୋଡ଼ା), ଟାଟା ଷ୍ଟିଲ ଯୋଗ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସକାଳ ୬.୩୦ଟାରେ କେନ୍ଦ୍ରୀୟ ଖେଳ ପଡିଆ ଠାରୁ ଭାଲି କ୍ଲବ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ରାଲିରେ ୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ସେହିପରି ଅପରାହ୍ନରେ ଏକ ଫୁଟଟବଲ ମ୍ୟାଚ ଆୟୋଜନ କରାଯାଇଥିଲା, ଯେଉଁଥିରେ ୪ଟି ଦଳ ଭାଗ ନେଇଥିଲେ ।

ହକି ଖେଳର କିମ୍ବଦନ୍ତୀ ଖେଳାଳୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଅଗଷ୍ଟ ୨୯ ତାରିଖକୁ ସାରା ଭାରତ ବର୍ଷରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଇଥାଏ । ସୂଚନାଯୋଗ୍ୟ ଯେ, ଏକତା ଦଳ ବିଭିନ୍ନ ସମୟରେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ସର୍ବଦା ଆଗକୁ ଆସିଥାଏ ଏବଂ ନିରନ୍ତର ଭାବେ ଏହିପରି ଖେଳକୁଦ ପ୍ରତିଯୋଗୀତା ମାନ ଆୟୋଜନ କରିଥାଏ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top