ଓଡ଼ିଶା

ଟାଟା ଷ୍ଟିଲର ଆଇରନ୍ ଓର୍, ମାଙ୍ଗାନିଜ୍ ଏବଂ କ୍ରୋମାଇଟ୍ ଖଣିଗୁଡିକୁ ପୁରସ୍କାର

ଯୋଡ଼ା, ସେପ୍ଟେମ୍ବର ୪, ୨୦୧୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) – ଟାଟା ଷ୍ଟିଲ୍ର ଓର୍ ମାଇନ୍ସ ଏବଂ କ୍ୱେରିଜ୍ (ଓଏମ୍କୁ୍ୟ) ଏବଂ ଫେରୋ ଆଲଏଜ୍ ଏଣ୍ଡ ମାଙ୍ଗାନିଜ୍ ଡିଭିଜନ୍ (ଏଫ୍.ଏ.ଏମ୍.ଡି) ପର୍ଯ୍ୟାବରଣ ପ୍ରବନ୍ଧନ ଏବଂ ଖଣିଜ ସଂରକ୍ଷଣରେ ଉକ୍ରୃଷ୍ଟତା ପାଇଁ ଚବିଶଟି ପୁରସ୍କାର ଲାଭ କରିଛନ୍ତି । ମାଇନସ ଏନ୍ଭିରନ୍ମେଂଟ ଏଣ୍ଡ ମିନେରାଲ୍ କଞ୍ଜର୍ଭେସନ୍ (ଖଣି ପର୍ଯର୍୍ୟାବରଣ ଏବଂ ଖଣିଜ ସଂରକ୍ଷଣ) (ଏମ୍.ଇ.ଏମ୍.ସି) ସପ୍ତାହ ୨୦୧୭-୧୮ ର ୨୦ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସ (ଆଇ.ବି.ଏମ୍), ଭୁବନେଶ୍ୱର କ୍ଷେତ୍ରର ତତ୍ତ୍ୱାବଧାନରେ ସେପ୍ଟେମ୍ବର ୧, ୨୦୧୮ ତାରିଖରେ ସ୍ୱସ୍ତି ପ୍ରିମିୟମ୍ ହୋଟେଲ୍ରେ ଆୟୋଜିତ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭାରତ ସରକାରଙ୍କ ଖଣିଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ କଣ୍ଟ୍ରୋଲର୍ ଜେନେରାଲ୍ (ଆଇ/ସି), ଆଇ.ବି.ଏମ୍ ଡ.ନିରଞ୍ଜନ କୁମାର ସିଂହ ମୁଖ୍ୟ ଅତିଥି ଏବଂ ଓଡ଼ିଶା ସରକାରଙ୍କ ଖଣି ନିଦେ୍ର୍ଦଶକ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ବିଶେଷ ଅତିଥି ଭାବରେ ଯୋଗଦାନ କରିଥିଲେ । ଟାଟା ଷ୍ଟିଲ୍ର ବରିଷ୍ଠ ଅଧିକାରୀ ଏବଂ ୟୁନିଅନ୍ ଲିଡର (ସଂଘର ନେତା)ମାନେ ଅତିଥିମାନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଓ.ଏମ୍.କୁ୍ୟ ଡିଭିଜନର ଯୋଡ଼ା ପୂର୍ବ ଲୌହ ଖଣି, କଟାମାଟି ଲୌହ ଖଣି ଏବଂ ଖୋଣ୍ଡବଣ୍ଡ ଲୌହ ଏବଂ ମାଙ୍ଗାନିଜ୍ ଖଣି ୭ଟି ପୁରସ୍କାର ହାସଲ କରିଥିବାବେଳେ, ଏଫ୍.ଏ.ଏମ୍.ଡି ଡିଭିଜନର ଯୋଡ଼ା ୱେଷ୍ଟ ଆଇରନ୍ ଏଣ୍ଡ ମାଙ୍ଗାନିଜ୍ ମାଇନ୍ସ, ବାମେବେରି ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନ୍ସ, ଟି୍ରଙ୍ଗପାହାଡ଼ ଆଇରନ୍ ଏଣ୍ଡ ମାଙ୍ଗାନିଜ୍ ମାଇନ୍ସ ଏବଂ ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ ୧୭ଟି ପୁରସ୍କାର ଲାଭ କରିଛନ୍ତି । ପୁରସ୍କାର ଗୁଡ଼ିକ ଅନେକ ବିଭାଗରେ ମିଳିଛି; ଯେମିତିକି ସାମଗ୍ରିକ ପ୍ରଦର୍ଶନ, ସତତ ବିକାଶ, ବର୍ଜ୍ଜ୍ୟବସ୍ତୁ ପବନ୍ଧନ, ପୁନର୍ବିଚାର ଏବଂ ପୁନର୍ବାସ, ପର୍ଯ୍ୟାବରଣ ନିୟନ୍ତ୍ରଣ, ଖଣିଜ ସଂରକ୍ଷଣ, ଖଣିଜ ଅଭିଶୋଧନ, ବନୀକରଣ, ପ୍ରଚାର ପ୍ରସାର ଏବଂ ପୋଷ୍ଟର ଓ ସ୍ଲୋଗାନ ପ୍ରତିଯୋଗତା ଆଦି ।
ଟାଟା ଷ୍ଟିଲ ଏବଂ ଏହାର କଂଚାମାଲ ବିଭାଗ ସତତ ପର୍ଯ୍ୟାବରଣ ଏବଂ ଜୈବ ବିବିଧତାର ପ୍ରବନ୍ଧନ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟାବରଣ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ କମ୍ପାନୀ ନିୟମିତ ଭାବରେ ନିଜର ପର୍ଯ୍ୟାବରଣୀୟ ପ୍ରଦର୍ଶନ ଏବଂ ସମୀକ୍ଷା କରିଥାଏ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top