ଟାଟାଷ୍ଟିଲ ତରଫରୁ ଯୋଡାଠାରେ ଦ୍ୱିତୀୟ ଗୋଷ୍ଠୀ ଶିକ୍ଷା ସଂଶାଧନ କେନ୍ଦ୍ର ଉଦଘାଟିତ

ଯୋଡା, ଅଗଷ୍ଟ ୧୪, ୨୦୧୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟାଷ୍ଟିଲ ତରଫରୁ “୧୦୦୦ ବିଦ୍ୟାଳୟ ପ୍ରକଳ୍ପ” ପୃଷ୍ଠ ପୋଷକତାରେ ଯୋଡା ବ୍ଲକର ଭୂୟାଁରୋଇଡା ଗ୍ରାମ ପଂଚାୟତ ଅନ୍ତର୍ଗତ କୋହ୍ଲାରୋଇଡା ଠାରେ ଯୋଡାର ଦ୍ୱିତୀୟ ଗୋଷ୍ଠୀ ଶିକ୍ଷା ସଂଶାଧନ କେନ୍ଦ୍ର ସୋମବାର ଦିନ ଉଦଘାଟନ କରାଯାଇଛି । ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଦୃଷ୍ଟି ଦେଇ ଅଂଚଳର ସମସ୍ତ ଇଚ୍ଛୁକ ଏବଂ ମହତ୍ତ୍ୱାକାଂକ୍ଷୀ ଯୁବ ବର୍ଗକୁ ଶିଖିବାର ଏକ ମଂଚ ପ୍ରଦାନ କରିବାର ମହତ ଉଦେ୍ଦଶ୍ୟ ନେଇ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ସମ୍ପୁର୍ଣରୂପେ ଗୋଷ୍ଠୀମାନଙ୍କ ଦ୍ୱାରାପରିଚାଳିତନ ହେବା ପର୍ଯ୍ୟନ୍ତ, ଟାଟାଷ୍ଟିଲ ଦ୍ୱାରା ନିୟୋଜିତ ବେସରକାରୀ ସଂସ୍ଥା ଆସ୍ପାୟାରକୁ ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ଅର୍ପଣ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଯୋଡା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭବେଶ କୁମାର କର, କୁନ୍ଦୁରୁପାଣି ପଂଚାୟତ ସମିତି ସଦସ୍ୟ ଶ୍ରୀମତି ତୁଲସୀ ବୋବୋଙ୍ଗା, ଟାଟାଷ୍ଟିଲ ବିଚାକୁଣ୍ଡି ମାଇନ୍ସର ସିନିୟର ମ୍ୟାନେଜର ଶ୍ରୀ ଏସଏସ ମିଶ୍ର ଏବଂ ଟିଏସଆରଡିଏସ ଯୋଡା ମୁଖ୍ୟ ଶ୍ରୀ ତନ୍ମୟକର ମଂଚାସୀନ ଥିଲେ ।

ଟାଟାଷ୍ଟିଲ ତରଫରୁ ଏହି କେନ୍ଦ୍ରକୁ ୧୨ଟି କମ୍ପ୍ୟୁଟର (୭ଟି ଡେସ୍କଟପ, ୫ଟି ଲାପଟପ), ଗୋଟିଏ ପ୍ରିଣ୍ଟର କମ ସ୍କାନର, ଗୋଟିଏ ପ୍ରୋଜେକ୍ଟର, କିଛି ବହି ଏବଂ ଇଣ୍ଟରନେଟସେବା ପ୍ରଦାନ କରାଯାଇଛି । ଏହି କେନ୍ଦ୍ରିଟିକୁ ପୂର୍ଣମାତ୍ରାରେ ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ କରିବା ନିମନ୍ତେ ଏକ ଗ୍ରାମ୍ୟସମିତି ଗଠନ କରାଯାଇଛି, ଯାହାକି ଏହାର ନିତିଦିନ କାର୍ଯ୍ୟର ତଦାରଖକରିବ । ଏହିକେନ୍ଦ୍ର ଦ୍ୱାରା ୬-୧୮ ବର୍ଷ ମଧ୍ୟରେ ଥିବା ଛାତ୍ରଛାତ୍ରୀ ତଥା ଯୁବାବର୍ଗମାନଙ୍କୁ ଶୈକ୍ଷିକ ଆବଶ୍ୟକତା ପୂରଣ କରିବା ଦିଗରେମହତ୍ତ୍ୱପୂର୍ଣ ଭୁମିକା ନିର୍ବାହ କରିବ ।

ଏହି ଅବସରରେ ଏକ ଶିକ୍ଷାରଥ ମଧ୍ୟ ଅତିଥି ମାନଙ୍କ ଦ୍ୱାରାଶୁଭାରମ୍ଭ କରାଯାଇଥିଲା, ଯାହାକି ଯୋଡା ବ୍ଲକର ବିଭିନ୍ନ ଜାଗାରେ ଶିକ୍ଷା ଅଧିକାର ଉପରେ ସମସ୍ତଙ୍କୁ ସଚେତନ କରାଇବ । ଏହି କେନ୍ଦ୍ର ସ୍ଥାପନ ହୋଇ ପାରିଥିବାରୁ ଏହି ଅଂଚଳରବ ହୁଇଚ୍ଛୁକ ଯୁବକ ଯୁବତୀ ତଥା ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ସୁଯୋଗ ପାଇ ପାରିବା ସହିତ ଉପକୃତ ହୋଇ ପାରିବେ ବୋଲି କୋହ୍ଲାରୋଇଡାବାସୀ ଆଶାବ୍ୟକ୍ତ କରିବା ସହିତ ଟାଟାଷ୍ଟିଲକୁ ଧନ୍ୟବାଦ ଞ୍ଜାପନ କରିଥିଲେ ।

Leave a Reply

Your email address will not be published. Required fields are marked *