ଟାଟାଏସି ଓଲଟି ଜଣେ ମୃତ, ୩ ଗୁରୁତର

ଯାଜପୁର,(ଓଡିଆପୁଅ/ମାନସ ରାଉତ):-୧୬ ନମ୍ବର ଜାତୀୟ ରାଜପଥର ଡଲଫିନ ପେଟ୍ରୋଲ ପମ୍ପ ନିକଟରେ ଏକ ଟାଟାଏସି ରାସ୍ତା ତଳକୁ ଖସି ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇ କଟକ ବଡଡାକ୍ତରଖାନା ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଏକ ଟାଟାଏସି କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ବଡଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଡଲଫିନ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିବାରୁ ଗାଡି ଭିତରେ ଥିବା ଲୋକମାନେ ଗାଡି ତଳେ ରହିଯାଇଥିଲେ । ଖବରପାଇ ବଡଚଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ମାତ୍ର ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତର ନୁର୍ମୁ ଅଭିଶେକ(୨୨), ଆଇବୁ ନବୀ(୨୩) ଓ ଅଲିମ(୨୮)ଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଟାଟାଏସିକୁ ଜବତ କରି ତଦନ୍ତ ଚଳାଇଛି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *