ad
କେନ୍ଦୁଝର

ଟାଙ୍ଗରପଡାରେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ

ପାଟଣା,୦୫-୦୩(ଓଡ଼ିଆ ପୁଅ) ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୩ତମ ଜନ୍ମ ଜୟନ୍ତୀ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପାଟଣା ବ୍ଲକ ଟାଙ୍ଗରପଡା ଠାରେ ପାଟଣା ବିଧାୟକ ହୃଷିକେଶ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଅଧ୍ୟକ୍ଷ ଯୁବ ନେତା ଜଗନ୍ନାଥ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ହୃଷିକେଶ ନାଏକ ଙ୍କ ସହ ପାଟଣା, ସାହାରପଡା, ଝୁମ୍ପୁରା ଓ ଚମ୍ପୁଆ ବ୍ଲକ ଅଞ୍ଚଳରୁ ବହୁ ଦଳୀୟ କର୍ମୀ ସାମିଲ ଥିଲେ । ପାଟଣା ବ୍ଲକ ଅଧ୍ୟକ୍ଷ ତଥା ବ୍ଲକ ଯୁବ ବିଜେଡି ସଭାପତି ଜଗନ୍ନାଥ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଷିକେଶ ନାଏକ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି , ସାହାରପଡା ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମହାନ୍ତ, ବିଜେଡି ଜିଲା ସଂପାଦକ ମହେନ୍ଦ୍ର ସାହୁ, ସାଂସଦ ପ୍ରତିନିଧି କୃଷ୍ଣଚନ୍ଦ୍ର ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଜେଡି ଜିଲା ଉପସଭାପତି ଅକୃର ମହାନ୍ତ, ଜିଲା ପରିଷଦ ସଦସ୍ୟ ସରୁେଶ ଚନ୍ଦ୍ର ନାଏକ, ଝୁମ୍ପୁରା ବ୍ଲକ ବିଜେଡି ଉପସଭାପତି ଧନେଶ୍ୱର ମହାନ୍ତ, ଯବୁନେତା ବିନୋଦ ବିହାରୀ ନାଏକ, ଚିନାମାଳିପଶି ସରପଞ୍ଚ କନକଲତା ନାୟକ, ସାହାରପଡାରୁ ନାରୀନେତ୍ରୀ ତାରାମଣୀ ମହାକୁଡ ଓ ଗୋପବନ୍ଧୁ ପୃଷ୍ଟି ପ୍ରମଖଙ୍କ ସହ ବିଧାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଟାଙ୍ଗରପଡାର ବାସିନ୍ଦା ତଥା ପାଟଣା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ ପ୍ରମଖ ସେମାନଙ୍କ ବକ୍ତବ୍ୟରେ ବିଜୁବାବୁଙ୍କ ନିର୍ଭିକତା, ସାହସିକତା, ଦେଶ ସ୍ୱାଧିନତା ପାଇଁ ଉଦ୍ୟମ, ମହିଳା ଓ ଶ୍ରମିକଙ୍କ ଉନ୍ନତି ତଥା ଏକ ସମଦ୍ଧ ଓଡିଶା ଗଠନର ପ୍ରୟାସ ଘଟଣାର ସ୍ମୃତିଚାରଣ କରିଥିଲେ। ଦଳୀୟ ନେତା ନବକିଶୋର ପୃଷ୍ଟି ,ବାବିଲାଲ ସାହୁ, ସରୁେଶସାହୁ, ବିଜୟରତ୍ନ ପତି, ସମିତିସଭ୍ୟା ଧରିତ୍ରୀ ମହାନ୍ତ, ରାଘବ ଦଳେଇ, ଯଦୁମଣୀ ରାଉତ, ଜଗତା ମହାନ୍ତ, ଅକ୍ଷୟ ପଲେଇ, ହିମାଂଶ ପୃଷ୍ଟି , ମନୋଜ ପୃଷ୍ଟି , ସଶୁୀଲ କୁମାର ସାହୁ, ଗୋବିନ୍ଦ ସାହୁ ଓ ଡମ୍ବରୁଧର ମହାନ୍ତଙ୍କ ସହ ବହୁ ଦଳୀୟ କର୍ମୀ ସାମିଲ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top