ଜିଲ୍ଲା ପରିକ୍ରମା

ଟାକ୍ସ୍ଫୋର୍ସ କମିଟି କ୍ରସର ଉଚ୍ଛେଦ ପ୍ରକ୍ରିୟାକୁ ମାନୁନାହାଁନ୍ତି କ୍ରସର ମାଲିକ : ମାଣ୍ଡିଆ ହୁଡାରେ ଚାଲିଛି ତିରିଶି ରୁ ଉଦ୍ଧ୍ୱର୍ ବେଆଇନ କ୍ରସର

 

ଯାଜପୁର-୧୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ତହସିଲର ବିଭିନ୍ନ ଯାଗାରେ ବେଆଇନ କ୍ରସର ଚାଲିବା ଦ୍ୱାରା ଧୂଳି ଧୁଆଁରେ ସ୍ଥାନୀୟ ଅଞ୍ଚଳ ଥରହର ହେଉଛି । ଅଭିଯୋଗ ପରେ ପ୍ରଶାସନର ବେଆଇନ କ୍ରସର ସିଲ କରିବା ପାଇଁ ତତ୍ପରତା ଦେଖାଇ କିଛି କ୍ରସର ବନ୍ଦ କରିଥିଲେ ମଧ୍ୟ ସେ ସବୁ ଏବେ ସିଲ୍ ଖୋଲି ଖୁଲମଖୁଲା କ୍ରସର ଚଳାଇବା ଆରମ୍ଭ କରିଛନ୍ତି । କିଛି ଦିନ ସାଧାରଣ ଲୋକେ ଧୁଳି ଧୁଆଁରୁ ବର୍ତ୍ତୀ ଯିବା ପରେ ଏବେ ବିଷୟ ବଳୟ ସୃଷ୍ଟି ହୋଇଛି । ଜାବରା ପାହାଡରେ ଖାଦାନରୁ ପଥର ପଡି ମାଲିକ ଓ ଶ୍ରମିକଙ୍କ ମୃତ୍ୟୁ ପରେ ଯାଜପୁର ଜିଲ୍ଲାପାଳ ଏକ ଟାସ୍କ ଫୋର୍ସ କମିଟି ଗଠନ କରି ବେଆଇନ କ୍ରସର ସିଲ କରିବା ପାଇଁ ଅଣ୍ଟା ଭିଡିଥିଲେ । ଏହି କମିଟିରେ ପ୍ରଦୂଷଣ ବିଭାଗ , ଖଣି ବିଭାଗ ,ବିଦ୍ୟୁତ ବିଭାଗ ,ବନ ବିଭାଗ,ରାଜସ୍ୱ ବିଭାଗ ଓ ପୋଲିସର ଅଧିକାରୀ ରହିଥିଲେ । ଏହି କମିଟି ଭଡଙ୍ଗା ଠାରୁ ବାଘୁଆ ପର୍ଯ୍ୟନ୍ତ ୫୩ ନଂ ଯାତୀୟ ରାଜପଥ କଡରେ ଥିବା ସମସ୍ତ ବେଆଇନ କ୍ରସର କୁ ସିଲ କରିଥିଲେ । ଏହି ପ୍ରକ୍ରିୟାରେ ଅଞ୍ଜିରା ମୌଜା ର ମାଣ୍ଡିଆ ହୁଡା ଠାରେ ଥିବା ୩୦ ରୁ ଅଧିକ ବେଆଇନ କ୍ରସରକୁ ମଧ୍ୟ ସିଲ୍ କରାଯାଇଥିଲା । ଏବେ ଅନେକ ଜାଗାରେ କ୍ରସର ବନ୍ଦ ଥିଲା ବେଳେ ମାଣ୍ଡିଆ ହୁଡା ଠାରେ ଥିବା ବେଆଇନ କ୍ରସର ଗୁଡିକ ବେଆଇନ ବାବେ ଦିନ ରାତି ଚାଲି ଆସୁଛି । ଧୁଳି ଧୁଆଁରେ ୫୩ ନମ୍ବର ଜାତୀୟ ରାଜପଥ ର ପଥଚାରୀ ମାନେ ଅତିଷ୍ଠ ହୋଇ ପଡୁଥିଲା ବେଲେ ଏକ କୁତ୍ରିମ କୁହୁଡିର ଭ୍ରମ ସୃଷ୍ଟି କରୁଛନ୍ତି । ବେଳେ ବେଳେ ଏହି ଧୁଳି ଧୁଆଁରେ ବାଟ ନଦେଖାଯିବା ଯୋଗୁଁ ଅନେକ ଛୋଟ ମୋଟ ଦୁର୍ଗଟଣା ମଧ୍ୟ ଘଟି ଅନେକ ଧନ ଜୀବନ ହାନି ହେଉଛି । ଏପରିକି ଏ ଅଞ୍ଚଳର କିଛି କ୍ରସର ସରକାରୀ ଜମିରେ ହୋଇଥିଲେ ମଧ୍ୟ ବିନା ଭୟରେ ଦିନରାତି ଚାଲୁଥିବା ଦେଖିବାକୁ ମିଳୁଛି । ଏପରିକି ଯଖ୍ମା, ଟିବି, ଆଖି ରୋଗ ଏଅଞ୍ଚଳରେ ବ୍ୟାପିବାକୁ ଲାଗିଲାଣି । ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି କରିବା ସହିତ ସ୍ଥାନୀୟ ଅଞ୍ଚଳର କଳା ପଥର ପାହାଡକୁ ଲୁଟ କରିବାରେ ଏହି କ୍ରସର ମାଲିକ ମାନେ ଲାଗି ପଡିଛନ୍ତି ।ବିଦ୍ୟୁତ ବିଭାଗ କ୍ରସର ଗୁଡିକର ବିଦ୍ୟୁତ ବିଚ୍ଚିନ୍ନ କରିଥିଲେ ମଧ୍ୟ ବଡ ବଡ ଡିଜି ଦ୍ୱାରା ଏହି କ୍ରସର ଗୁଡିକୁ ମାଲିକ ମାନେ ଚଲାଇ ଆସୁଛନ୍ତି ଯାହା ପ୍ରଦୂଷଣର ଆଉ ଏକ କାରଣ ପାଲଟିଛି । ଏପରିକି କ୍ରସରରେ କାମ କରୁଥିବା ଶ୍ରମିକ ମାନଙ୍କର ନୀରାପତା ପ୍ରତି କୌଣସି ଦୃଷ୍ଟି ଦିଆଯାଉ ନାହିଁ । ଏହି ବେଆଇନ କ୍ରସର ଗୁଡିକ ପ୍ରତି ପ୍ରଶାସନର କୋହଳ ମନୋଭାବକୁନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ଥାନୀୟ ପ୍ରଶାସନକୁ ହାତ ବାରିସିକରି ଏହି ବେଆଇନ କ୍ରସର ଗୁଡିକ ଚାଲୁଆସୁଥିବା ଅଭିଯୋଗ ହେଉଛି । ତେବେ ଏହି କ୍ରସର ଗୁଡିକୁ ତୁରନ୍ତ ବନ୍ଦକରାଯିବା ପାଇଁ ସାଧାରଣରେ ଦାବିହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top