ଗଜପତି

ଟାଏକୋଣ୍ଡୁ ପ୍ରତିଯୋଗିମାନଙ୍କର ପ୍ରତିଭା ଚୟନ

ପାରଳାଖେମୁଣ୍ଡି, ୨୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଗାନ୍ଧି ବିଦ୍ୟାଳୟ ପରିସରରେ ଜିଲା ଟାଏକୋଣ୍ଡୁ ଏକାଡେମୀ ପକ୍ଷରୁ ଏକ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ଏକାଡେମୀ ପକ୍ଷରୁ ପ୍ରତିଯୋଗିମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରତିଭା ଅନୁସାରେ ଏମାନଙ୍କୁ ବିଭିନ୍ନ ରଙ୍ଗର ବେଲ୍ଟ ପାଇଁ ଏକାଡେମୀ ପକ୍ଷରୁ ଅନୁମତି ମିଳିଥିଲା। ପ୍ରତିଯୋଗିମାନେ ନିଜ ନିଜର ଦକ୍ଷତା ଅନୁଯାଇ ଧଳା, ହଳଦୀଆ, ନିଳ ଇତ୍ୟାଦି ବେଲ୍ଟ ପାଇଥିଲେ। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଯୋଗିମାନଙ୍କୁ ରାଜ୍ୟ ସ୍ତରର ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ କରାଯାଇଥିଲା। ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବାଳକ/ବାଳିକା ପ୍ରତିଯୋଗି ଏଥିରେ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ଭାବେ ନାଗେଶ୍ୱର ମହାପାତ୍ର, କେ.ପୁର୍ଣ୍ଣ ଚନ୍ଦ୍ର ରାଓ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top