ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଫର୍ଟିଲାଇଜର ଟାଉନ କଂଗ୍ରେସ କମିଟି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଟାଉନ କଂଗ୍ରେସ ସଭାପତି ସୁଧାକର ମଲ୍ଲିକ ସଭାପତିତ୍ୱ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ବେଣୁଧର ତ୍ରିପାଠୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଫୁଲ୍ଲ ସୁନାନୀ, ସନ୍ତୋଷ ତନ୍ତୀ, ଗଜେନ୍ଦ୍ର ତନ୍ତୀ, ଶାନ୍ତୁନୁ ସେଠୀ, ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ, ଆଇଏନଟିୟୁସି ନେତା ରାଜକୁମାର ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସମସ୍ତ ନିମନ୍ତ୍ରିତ ଅତିଥିଗଣ ସେମାନଙ୍କ ଭାଷଣରେ କଂଗ୍ରେସ ଦଳକୁ ତୃଣମୂଳସ୍ତରରୁ ସୁଦୃଢ କରିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସଭାରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ କଂଗ୍ରେସ ଦଳର ତ୍ୟାଗ, ଦେଶଭକ୍ତିର ଉଦାହରଣ ପ୍ରଦାନ କରି ଏହି ଦଳ ବିଶ୍ୱର ସବୁଠାରୁ ପୁରାତନ ଦଳ କଂଗ୍ରେସ ଦଳ ୧୩୩ ବର୍ଷର ଇତିହାସ ବହନ କରି ଜନତାଙ୍କ ସେବାରେ ଚେଷ୍ଟିତ। ତେଣୁ କଂଗ୍ରେସ କର୍ମୀ ମାନେ ଏକତ୍ର ହୋଇ ଆଗାମୀ ଦିନରେ ଅଧିକ କ୍ରୀୟାଶୀଳ ହେବା ସହ ଶୃଖଂଳିତ ଭାବରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସୁବାସ ପାତ୍ର, ଅଜୟ ମନ୍ତ୍ରୀ, ପ୍ରଫୁଲ୍ଲ ପରିଡ଼ା, ରାଜକିଶୋର ପରିଡ଼ା, ନାରୀନେତ୍ରୀ ପଦ୍ମାବତୀ ରାଉଳ, ସାବିତ୍ରୀ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ। ସଭାରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଅନାଦି ଚରଣ ମହାପାତ୍ର, ବନବାସ ସାହୁ, ପୂର୍ଣ୍ଣଚନ୍ଦ୍ର ଓଝା, ବିଦ୍ୟାଧର ରାଉତ, ରାମଚନ୍ଦ୍ର ଦାସ, ଦାମୋଦର ଧଳ, ଅକ୍ଷୟ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପରିଡ଼ା, ଦିଲୀପ ମଲ୍ଲିକ, ପ୍ରକାଶ କେରକେଟା, ଅରୁଣ ବାହାଦୂର, ଶଶି ଖାଡ଼ିଆ, ମଜୁଂଶ୍ରୀ ରାଓ, ତୁଳସୀ ନାଗ ପ୍ରମୁଖ ଯୋଗ ଦେଇଥିବା ବେଳେ ଗୌରାଙ୍ଗ ଦାଶ ସଭା ପରିଚାଳନା କରିଥିଲେ। ଶେଷରେ ସୁକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
