ଟାଉନଥାନା ଆମ ପୋଲିସ ବୈଠକ

ପୁରୀ:୧୦/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଟାଉନଥାନା ଆମ ପୋଲିସ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସିଟି ଡ଼ି.ଏସ.ପି ପ୍ରଶାନ୍ତ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏ.ଆର.ପି.ସି ଡ଼ିସିପି ଦେବନାରାୟଣ ଦାସ, ଟାଉନଥାନା ଅଧିକାରୀ ଉମାଶଙ୍କର ସିଂ, ଟ୍ରାଫିକ ଇନିସ୍ ପେକ୍ଟର ବାମଦେବ ସ୍ୱାଇଁ, ପ୍ରାକ୍ତନ ନଗର ପାଳ ଗୌରହରି ପ୍ରଧାନ, ପୌର ସଦସ୍ୟ ଭକ୍ତ ଚରଣ ଦାସ, ରୁଦ୍ର ସିଂ, ଦେବଳ ଦାସ ମଗଧୀ ରାମଚରଣ ଦାସଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ବୈଠକରେ ଯୋଗଦେଇ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ। ଥାନା ଅଂଚଳର ଗଳିକନ୍ଧିରେ ଅବାଧରେ ଗାଡ଼ିଚାଳନର ଯିବା ଆସିବା କାରଣରୁ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜୁଛି। ତେଣୁ ଏହି ଅଂଚଳରେ ଏକ ପାଖିଆ ରାସ୍ତାରେ ବ୍ୟବସ୍ଥା ପ୍ରଚଳନ କରିବାକୁ ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଖଟି କରୁଛନ୍ତି ତେଣୁ ପେଟ୍ରୋଲିଂଗକୁ ଯୋରଦାର କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ସିଂହଦ୍ୱାରକୁ ମୁକ୍ତଅଚଂଳ ଘୋଷଣା କରାଯାଉ ସେଠାରେ ଗାଡ଼ିମେଟର ରଖିବାକୁ ସଂପୂର୍ଣ୍ଣ ନିଷେଧ କରିବା ସହ ଭିକାରୀ ଓ ଉଠାଦୋକାନୀ ମାନଙ୍କୁ ଉଠାଇ ଦେବାକୁ ବୈଠକରେ ଅନେକ ସଦସ୍ୟ ମତ ଦେଇଥିଲେ। ଆଗାମି ଦିନରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଟି.ଡ଼ି.ଏସ୍ .ପି ମତଦେଇଥିଲେ।

Leave a Reply

Your email address will not be published. Required fields are marked *